BREAKING
Loading...
:

ଖଇରପୁଟ ବ୍ଲକ ପରିସରରେ "କୃଷକ ସମ୍ବାଦ" କାର୍ଯ୍ୟକ୍ରମ

 



ଖଇରପୁଟ ବ୍ଲକ ପରିସରରେ "କୃଷକ ସମ୍ବାଦ" କାର୍ଯ୍ୟକ୍ରମ   #  -------------------------- ଖଇରପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୁର୍ତ୍ତି ଅବସରରେ "ବିକାଶର ଧାରା ଓଡ଼ିଶା ସାରା" ନାମକ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅର୍ପିତା ମହାନ୍ତି, ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ବ୍ଲକ କୃଷି ଅଧିକାରୀ ଜ୍ୟୋତରୂପା ହା°ସଦା , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ତ୍ତିକ ନାୟକ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ନବିନ ଚନ୍ଦ୍ର ବେହେରା, ସହକାରୀ ମତ୍ସ୍ୟ ଅଧିକାରୀ ରାଜେଶ କୁମାର ମହାରଣା,  ଉମାଶଙ୍କର ଗଉଡ କାର୍ଯ୍ୟକ୍ରମ ର ପରିଚାଳନା  କରିଥିଲେ । ସର୍ବ ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ତୈଳଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ସହ ଦ୍ୱିପ ପ୍ରଜ୍ବଳନ କରିଥିଲେ ।  ପ୍ରଥମ ଦିନରେ ବ୍ଲକ କୃଷି ବିଭାଗ ତରଫରୁ କୃଷକ ସମ୍ବାଦ ନାମକ କର୍ମଶାଳା ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ଅତିଥି ମାନେ ଆଲୋକପାତ କରିଥିଲେ । ସମସ୍ତ ଅତିଥି ମାନେ ପ୍ରାୟତଃ ପାରମ୍ପରିକ କୃଷି ଓ କୃଷକ ସମ୍ବନ୍ଧୀୟ ଆଲୋଚନା, ଯେମିତି କି ମାଟିର ମାନ ପରୀକ୍ଷଣ, କ୍ଷେତରେ ଜଳର ସୁବ୍ୟବସ୍ଥା କରିବା, ରାସାୟନିକ ସାର ବଦଳରେ ଗୋବର ଖତ, ନୀମପତ୍ର ରସ, ଗୋମୁତ୍ର ଓ ଜିଆ ଖତର ବ୍ୟବହାର କରିବା ସହ ପରିବେଶ ପ୍ରଦୂଷଣ ରୁ ମୁକ୍ତିଲାଭ ସହ  ସ୍ବାସ୍ଥ୍ୟ ଗତ ଦୃଷ୍ଟିକୋଣରୁ ଲାଭବାନ ହୋଇପାରିବା ବୋଲି ଦର୍ଶାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଏ ଅଞ୍ଚଳର ବିଭିନ୍ନ କୃଷକ ମାନଙ୍କୁ କୃଷି କ୍ଷେତ୍ରରେ ସେମାନଙ୍କ ଉନ୍ନତ କୃଷି ପ୍ରଦର୍ଶନ ନିମନ୍ତେ ବିଭାଗ ତରଫରୁ ସମ୍ମାନିତ କରାଯାଇଥିଲା । ଶେଷରେ ଅତିଥି ମାନେ ମଞ୍ଚ ନିକଟରେ ଲାଗିଥିବା ବିଭିନ୍ନ ଷ୍ଟଲ ପ୍ରଦର୍ଶନ ଗୁଡ଼ିକ ବୁଲି ଦେଖିଥିଲେ। ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ ର ମଞ୍ଚ ସ°ଚାଳନ ଓଡ଼ିଶା ଜିବିକା ମିଶନ ର କର୍ମକର୍ତ୍ତା ଚିନ୍ମୟ କୁମାର ସିଂ କରିଥିଲେ ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS