ବିଧାୟକ ଦ୍ୱାରା ଆଦିବାସୀ ଙ୍କୁ ଅପଶବ୍ଦ ପ୍ରୟୋଗ ଘଟଣା ବଙ୍ଗୋମୁଣ୍ଡା ଥାନାରେ ଏଫ.ଆଇ.ଆର ଦେଲା ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ.
ବଙ୍ଗୋମୁଣ୍ଡା -. ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ବ୍ଲକ ସଭାପତି ମନରଞ୍ଜନ ଭୋଇ ବଙ୍ଗୋମୁଣ୍ଡା ବ୍ଲକ ତରଫରୁ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ସଂଘ ର ଅଭିଯୋଗ ଅନୁସାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଆଦିବାସୀ ମାନଙ୍କୁ ଦୂଷିତ ଅର୍ଥାତ କଳୁଷିତ, କୁତ୍ସିତ,ଘୃଣିତ ଭଳିଆ ଅପଶବ୍ଦ, କଟୁ ଶବ୍ଦ, ଟିଭିରେ କହିଛନ୍ତି l ଓଟିଭି ଓଡିଶା ସାରା ଲୋକ ଦେଖୁଛନ୍ତି l ସର୍ବସାଧାରଣ ରେ ଶ୍ରୀ ବାଗ ବିଧାୟକ,ଆଦିବାସୀ ଜାତି କୁ ଅପମାନିତ କରିବା ପାଇଁ ଜାତି ଆକ୍ଷେପ କରିଛନ୍ତି (ଆଦିବାସୀ ଦୂଷିତ ) l ଏହାଦ୍ୱାରା ସମଗ୍ର ଆଦିବାସୀ ଜାତି ସମାଜ, ସମ୍ପ୍ରଦାୟ ର ଇଜ୍ଜତ, ମହତ, ମାନ,ସମ୍ନାନ, ମର୍ଯ୍ୟାଦା ପ୍ରତି କଠୋର ଆଘାତ ହୋଇଛି l ଆଦିବାସୀ ମାନଙ୍କୁ ସର୍ବସାଧାରଣ ରେ ଲଜ୍ଜିତ ଏବଂ ବଦନାମ କରିବା ପାଇଁ ଶ୍ରୀ ବାଗ,ଅସମ୍ବିଧାନିକ ହୀନ ମନ୍ତବ୍ୟ ପ୍ରକାଶ କରିଛନ୍ତି ବୋଲି ସଂଘ ର ବ୍ଲକ ସଭାପତି ମନରଞ୍ଜନ ଭୋଇ ଥାନାରେ ଏଫ.ଆଇ. ଆର.ଦର୍ଜ କରିଛନ୍ତି l ଶ୍ରୀ ଭୋଇ ବ୍ଲକ ସଭାପତି ତାଙ୍କ ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି ଯେ ଶ୍ରୀ ବାଗ ବିଧାୟକ ହେବା ଆଗରୁ ମଧ୍ୟ ଆଦିବାସୀ ସମାଜର ଲୋକଙ୍କୁ ଗାଳିଗୁଲଜ, ମାଡ଼ପିଟ, ଜାତି ଆକ୍ଷେପ କରିଥିଲେ lତେଣୁ ଜାଣି ଶୁଣି ଆଦିବାସୀ ଜାତି କୁ ଘୋର ନିନ୍ଦା ବଦନାମ ଅପମାନ କରିବା ଉଧେଶ୍ୟରେ ଅସଭ୍ୟ ଭାଷା ପ୍ରୟୋଗ କରିଛନ୍ତି l ଏହl ତାଙ୍କର ଆଦିବାସୀ ଜାତି ସମାଜର ବିଶେଷ ସାମାଜିକ, ସାଂସ୍କୃତିକ କ୍ଷତି ହୋଇଛି ବୋଲି ବ୍ଲକ ସଭାପତି ଶ୍ରୀ ଭୋଇ କହିଛନ୍ତି l ଅତଏବ,ଶ୍ରୀ ବାଗ ବିଧାୟକ କଣ୍ଟାବାଞ୍ଜି କୁ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ନୃଶଂସ ଆଚରଣ ନିବାରଣ ଆଇନ ୧୯୮୯( ଏସଟି ଏସସି ପ୍ରିଭେନଶନ ଅଫ ଏଟ୍ରୋସିଟି ଆକ୍ଟ 1989,2015,2018) ଏବଂ ଭାରତୀୟ ନ୍ୟାୟ ସଂହିତା 2023 ଅନୁସାରେ ଗିରଫ କରି ଆଇନ ଅନୁସାରେ ଦଣ୍ଡ ବିଧାନ କରିବାକୁ ଶ୍ରୀ ବାଗ ଅନୁରୋଧ କରିଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment