ଜିଲ୍ଲା ସ୍ତରୀୟ ଦିଶା ମିଟିଙ୍ଗ ରେ ଜନ ପ୍ରତିନିଧି ଦ୍ୱାରା ଅଫିସର ଙ୍କୁ କ୍ଲାସ l
ସ୍ଥାନୀୟ ସଦ ଭାବନା ଗୃହ ଠାରେ ଜିଲ୍ଲା ସ୍ତରୀୟ ଦିଶା ମିଟିଂ ଅନୁଷ୍ଠିତ ହୋଇଥିଲା l ଏଥିରେ ଲୋକସଭା ସଂସଦ ସ୍ପଟଗିରି ଉଲାକା ଙ୍କ ଅଧ୍ୟକ୍ଷତା ରେ ଏହି ମିଟିଂ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ର ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋକପାତ କରାଯାଇଥିବା ବେଳେ ଶିକ୍ଷା ସ୍ୱାସ୍ଥ୍ୟ ଗମନା ଗମନ ଠୁ ଧରି ଜନସାଧାରଣ ଙ୍କ ମୌଳିକ ସମସ୍ୟା ଏଥିରେ ଆଲୋଚନା ରେ ସ୍ଥାନ ପାଇଥିଲାl କୋରାପୁଟ ଜିଲ୍ଲା ର ସମସ୍ତ ବିଧାନସଭା ର ଜନପ୍ରତିନଧି ଜିଲ୍ଲାପାଳ ସଂସଦ ଓ ବିଭାଗୀୟ ଅଧିକାରୀ ଏଥିରେ ସାମିଲ ହୋଇଥିବା ବେଳେ ସବୁଠୁ ବଡ଼ କଥା ଦେଖିବାକୁ ମିଳିଥିଲା ଯେ ଜିଲ୍ଲା ର ଜନ ପ୍ରତିନିଧି ମାନେ ବିଭାଗୀୟ ଅଧିକାରୀ ଙ୍କୁ କ୍ଲlସ କରିବା ସହ କାମ ଉପରେ କିଛି ଟ୍ୟାକ୍ସ ଦେଉଥିଲେ ଏପରିକି କେଉଁ ନିର୍ଦ୍ଧିଷ୍ଟ ସମୟ ମଧ୍ୟ୍ୟ ରେ କାମ ସାରିବାକୁ ବି ତାଗିଦ କରୁଥିଲେ l କେହି କେହି ଜନ ପ୍ରତିନିଧି ନିଜର ଅସନ୍ତୋଷ ବି ବିଭାଗୀୟ ଅଧିକାରୀ ଙ୍କ ଉପରେ ଝାଡୁଥିବାର ଦେଖା ଯାଇଥିଲା l ତଥାପି ଏକ ସହୋଧ୍ୟ୍ୟ ପୂର୍ଣ୍ଣ ବାତାବରଣ ଭିତରେ କାଯ୍ୟକ୍ରମ ଶେଷ ହେବାସହ ଆଉ ଏକ ଦିଶା ମିଟିଂ କୁ ସମସ୍ତେ ଅପେକ୍ଷା କରିଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment