ଜରଡ଼ା IIC ମୀନାକ୍ଷୀ ଦଳବେହେରାଙ୍କ ସାହସିକତାଚିତା, ବାଘ ଚର୍ମ ଓ ବୋମା ଜବତ ୩ ଗିରଫ !!
ବନ୍ୟପ୍ରାଣୀ ଚୋରା ଚାଲାଣକାରୀଙ୍କ ବିରୋଧରେ ଜରଡ଼ା ପୋଲିସର ବଡ଼ ଆକ୍ସନ! ଗୁପ୍ତ ସୂଚନା ଆଧାରରେ ଜରଡ଼ା ଥାନା ଭାରପ୍ରାପ୍ତ ନିରୀକ୍ଷିକା (IIC) ଶ୍ରୀମତୀ ମୀନାକ୍ଷୀ ଦଳବେହେରା ନିଜ ଟିମ୍ ସହ ଧନାବାଡ଼ା ଅଙ୍କୁଳି ଅଞ୍ଚଳରେ ଚଢ଼ଉ କରି ଏକ ବଡ଼ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛନ୍ତି।ଖୋଦ୍ ପୋଲିସ ଉପରେ ମରଣାନ୍ତକ ଆକ୍ରମଣ ଓ ତଳୱାରରେ ହତ୍ୟା ଧମକ ସତ୍ତ୍ୱେ ନିଜ ଜୀବନକୁ ବାଜି ଲଗାଇ ୩ ଜଣ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ କାବୁ କଲେ IIC ଓ ତାଙ୍କ ଟିମ୍।
ଘଟଣାସ୍ଥଳରୁ ଗୋଟିଏ ପୂର୍ଣ୍ଣ ଆକାରର ଚିତାବାଘ ଚର୍ମ, ୨ଟି ଜୀବନ୍ତ ହାତବନ୍ଧା ବୋମା ଏବଂ ମାରାତ୍ମକ ଅସ୍ତ୍ରଶସ୍ତ୍ର ଜବତ।
ଅପରାଧୀଙ୍କ ଆଖିରେ ଆଖି ମିଶାଇ, ନିଜ କର୍ତ୍ତବ୍ୟକୁ ସର୍ବୋପରି ରଖିଥିବା ଜରଡ଼ା IIC ଶ୍ରୀମତୀ ମୀନାକ୍ଷୀ ଦଳବେହେରାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୋଟି କୋଟି ସାଲ୍ୟୁଟ! ତାଙ୍କ ଭଳି ସାହସୀ ଅଫିସରଙ୍କ ପାଇଁ ଆଜି ଆମ ସମାଜ ଓ ବନ୍ୟପ୍ରାଣୀ ସୁରକ୍ଷିତ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق