BREAKING
Loading...
:

ବେଆଇନ୍ ମାଟି ଉଠାଇ ତଣ୍ଡ ଗଣିଲେ ଜମି ମାଲିକ

 ବେଆଇନ୍ ମାଟି ଉଠାଇ ତଣ୍ଡ ଗଣିଲେ ଜମି ମାଲିକ



କେନ୍ଦ୍ରାପଡା,- : 

ଡେରାବିଶ ତହସିଲ୍ ଅନ୍ତର୍ଗତ ଗୁଆଳସିଂ ରାଜସ୍ବ ସର୍କଲ ଅଧିନସ୍ଥ ବାରିମୂଳ ମୌଜାରେ ବ୍ୟକ୍ତି ଜଣକ କୌଣସି ସରକାରୀ ଆଦେଶ ନଆଣି ବେଆଇନ୍ ଭାବେ ନିଜ ଜମିରୁ ଜେସିବି ମେସିନ ସାହାର୍ଯ୍ୟରେ ଟ୍ରାକ୍ଟର ଲଗାଇ ପ୍ରଚୁର ମାତ୍ରାରେ ମାଟି ଉଠାଉ ଥିଲେ । କୌଣସି ବିଶେଷ ସୂତ୍ରରୁ ଖବର ପାଇ କିଛି ସମୟରେ ତହସିଲଦାର ଡେରାବିଶ ସରୋଜକାନ୍ତ ନାୟକ ଓ ଜିଲ୍ଲା ସହକାରୀ ଖଣି ଅଧିକାରୀ ଦିନେଶ କୁମାର ମହାପାତ୍ର ହଠାତ୍ ଘଟଣା ସ୍ଥଳରେ ପହଞ୍ଚି ଜୈନିକ ବ୍ୟକ୍ତିଙ୍କ ଠାରୁ ଆନୁମାନିକ ୨୫୦ ଘନଫୁଟ (ସିୟୁଏମ) ମାଟି ଉଠାଣ ପାଇଁ ଏକ ଘନଫୁଟ ମାଟିକୁ ଏକ ଶହ ଊଣେଇଶ ଟଙ୍କା ଷାଠିଏ ପଇସା ହିସାବରେ ମୋଟ୍ ୨୯ ହଜାର ୯୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଘଟଣା ସ୍ଥଳରୁ ମାଟି ଉଠାଉଥିବା ଜେସିବି ମେସିନ ଓ ଟ୍ରାକ୍ଟର ଚମ୍ପଟ୍ ମାରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS