BREAKING
Loading...
:

ବଢ଼ିବ ତାତି, ପିଟିବ ଝାଞ୍ଜି : ୧୬ ତାରିଖ ବେଳକୁ ୪୧ ଡିଗ୍ରୀ ଛୁଇଁପାରେ ପାରଦ.....

 *Heatwave Alert: ବଢ଼ିବ ତାତି, ପିଟିବ ଝାଞ୍ଜି : ୧୬ ତାରିଖ ବେଳକୁ ୪୧ ଡିଗ୍ରୀ ଛୁଇଁପାରେ ପାରଦ......*





ଭୁବନେଶ୍ୱର, -: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା କମ୍ । ଆଗାମୀ ୪୮ ଘଣ୍ଟାରେ ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇପାରେ । କିନ୍ତୁ ଅବପାତ ହେବାର କ୍ୱଚିତ୍ ସମ୍ଭାବନା ଅଛି । ତେବେ ଆସନ୍ତା ୬ରୁ ୭ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଗତକଲି ଟିଟିଲାଗଡ଼ରେ ତାତି ସର୍ବାଧିକ ୪୦ ଡିଗ୍ରୀ ଥିଲା । ସମ୍ବଲପୁରରେ ୩୯.୯, ଝାରସୁଗୁଡ଼ାରେ ୩୯.୨ ଓ ଭବାନୀପାଟଣାରେ ୩୯ ଡିଗ୍ରୀ ଥିଲା । ବୁଧବାର ଓ ଗୁରୁବାର ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ଥିଲା । ତେବେ ଉପକୂଳ ଓଡ଼ିଶାରେ ୩୫ରୁ ୩୮ ଡିଗ୍ରୀ ଭିତରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୫ ଓ ୧୬ ତାରିଖରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୧ ଡିଗ୍ରୀ ଛୁଇଁପାରେ । କିନ୍ତୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ତାତି ୪୦ ଡିଗ୍ରୀ ତଳେ ରହିବ ବୋଲି ଆକଳନ କରାଯାଇଛି । କାଳବୈଶାଖୀ ବର୍ଷା ପ୍ରଭାବରେ ୧୬ ତାରିଖ ଯାଏ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି 

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 


Post a Comment

أحدث أقدم
Header ADS