ଦୀର୍ଘ ସମୟ ଝୁଲି ରହି କୁନି ଝିଅ ଶ୍ରୀସା ଙ୍କ ଇଣ୍ଡିଆ ବୁକ୍ ରେ ରେକର୍ଡ଼
ବ୍ରହ୍ମପୁର , ଆମ୍ବପୁଆ ବସନ୍ତ ବିହାର ନିବାସୀ ଡ଼ା ଶୁଭଜିତ୍ ସାହୁ ଓ ଡ଼ା ସୌମ୍ୟା ସମୀକ୍ଷା ଙ୍କ ଏକ ମାତ୍ର କୁନିଁ ଝିଅ ଶ୍ରିସା ବର୍ତ୍ତମାନ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଓ ଇଣ୍ଟର ନ୍ୟାସ ନାଲ ବୁକ ଅଫ ରେକର୍ଡ ରେ ସାମିଲ ହୋଇ ପୁରସ୍କାର ହାସଲ କରିଛନ୍ତି । ୨୩ ମାସର କୁନି ଝିଅ ଶ୍ରିସା ପାର୍କ ରେ ଲାଗିଥିବା ଲୁହା ରଡ୍ ରେ ଦୀର୍ଘ ସମୟ ଧରି ଝୁଲି ରହିବା ଯୋଗୁଁ (ଡେଡ ହେଙ୍ଗିଂ)ଏପରି ରେକର୍ଡ ହାସଲ କରିଛନ୍ତି।କୁନି ଝିଅ ର ଏପରି ପ୍ରତିଭା କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ମାତ୍ର ୭ମାସରେ ଜନ୍ମ ନେଇଥିବା କୁନି ଝିଅ ଶ୍ରିସା କୁ ତାଙ୍କ ପିତା ମାତା ବହୁତ୍ ଯତ୍ନ ନେଇ ଏଜାବତ୍ ବଢ଼େଇ ଛନ୍ତି । ଆଗକୁ ଆହୁରି ଝିଅ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିବ ବୋଲି ପିତା ମାତା ଆଶା କରିଛନ୍ତି । ପ୍ରତିଦିନ ଝିଅଙ୍କୁ ପିତା ମାତା ନେଇ ଓହଳିବାର୍ ଅଭ୍ୟାସ କରାଇ ଥାଆନ୍ତି। ସୂଚନା ଯୋଗ୍ୟ ଶ୍ରୀସା ଙ୍କ ଉଭୟ ପିତାମାତା ବର୍ତ୍ତମାନ ସମ୍ ହସ୍ପିଟାଲ ରେ ହୃଦ୍ ରୋଗ ବିଭାଗ ରେ ଡ଼ାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି । ଶ୍ରୀସା ଖେଳିବାକୁ ବୁଲିବାକୁ ବହୁତ୍ ଭଲ ପାଆନ୍ତି ,l ବର୍ତ୍ତମାନ ସେ ପିତା ମାତାଙ୍କ ସହ ଖେଳନା ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق