BREAKING
Loading...
:

ସାହୁକାର ମାନେ ଜବର ଦଖଲ କରି ଖାଉଥିବା ଜମିକୁ ଆଦିବାସି ସଙ୍ଘ ଦ୍ୱାରା ଗରିବ ଙ୍କୁ ବଣ୍ଟନ

 ସାହୁକାର ମାନେ ଜବର ଦଖଲ କରି ଖାଉଥିବା ଜମିକୁ ଆଦିବାସି ସଙ୍ଘ ଦ୍ୱାରା ଗରିବ ଙ୍କୁ ବଣ୍ଟନ I



ବନ୍ଧୁଗାଁ -, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକ ନିଲାବାଡ଼ି ମୌଜା ରେ ରହିଥିବା ଚାଷୀ ମୂଲିଆ ସଂଘର ଜମିକୁ ବିଗତ  ଦିନ ସ୍ଥାନୀୟ ନିଲାବାଡ଼ି ଗ୍ରାମର ସାହୁକାର ମାନେ ଟ୍ରାକ୍ଟର ପୁରାଇ ହଳ କରି ଚାଷ କରିବା ପାଇଁ ଉଦ୍ୟୋମ କରିଥିଲେ I ଉକ୍ତ ବିଷୟ ଖବର ଶୁଣି ଆଜି ଆଦିବାସି ଚାଷୀ ମୁଲିଆ ସଂଘର ଶହ ଶହ କର୍ମକର୍ତ୍ତା ମାନେ ସେହି ଜମିରେ ପୁଣି  ହଳ କରି ଅଧିକାର ସାବସ୍ତ୍ୟ କଲେ। ବେଆଇନ ଭାବେ ସାହୁକାର ମାନଙ୍କ ଦ୍ଵାରା ହଡ଼ପ ହୋଇଥିବା ଜମିକୁ  ଚାଷୀ ମୂଲିଆ ସଂଘ  ଫେରାଇ ଆଣି ଭୂମିହୀନ ଆଦିବାସୀ ମାନଙ୍କ ମଧ୍ୟରେ ବଣ୍ଟନ କରିଥିଲା ।ଦୀର୍ଘ ୧୫ ବର୍ଷ ଧରି ଏହି ଜମି ଉପରେ ସ୍ଥାନୀୟ ଆଦିବାସୀମାନେ ନିଜ ନ୍ୟାୟୋଚିତ ଅଧିକାରରେ ରଖି  ଚାଷ କରି ପରିବାର ପେଟ ପୋଷଣ କରି ଆସୁଛନ୍ତି I କିନ୍ତୁ ନୀଲାଵାଡି ମୌଜାରେ ଥିବା କିଛି ଆଦିବାସୀଙ୍କ ଚାଷ ଜମିକୁ ନିଲାବାଡ଼ି ଗ୍ରାମର କିଛି ସାହୁକାର ମାନେ ନିଜ ନିଜ ନାଁରେ ଆଦିବାସୀ ସଙ୍ଘର କିଛି ଗରିବ ପରିବାର ଚାଷ କରି ଖାଉଥିବା ଜମିର ଜମି ପୋଟା ନିଜ ନିଜ ନାଁରେ କରିଥିବା ସହ ନିଲାବାଡ଼ି ଗ୍ରାମର କିଛି ଚାଷୀ ଗରିବ ଆଦିବାସୀ ଙ୍କ ଚାଷ ଜମିରେ ଜୋର ଜବରଜସ୍ତ ଭାବରେ ଟ୍ରାକ୍ଟର ମାଧ୍ୟମରେ ଲଙ୍ଗଳ କରିଥିବା ସମୟରେ ଆଦିବାସୀ ସଙ୍ଘ ଉକ୍ତ ସ୍ଥାନରେ ପହଁଞ୍ଚି ଜମିରୁ ଟ୍ରାକ୍ଟର ହଟେଇ ଯେଉଁ ଚାଷ ଜମିରେ ଯିଏ ଚାଷ କରି ଖାଉଥିଲେ ପୁନର୍ବାର ସେହି ମାନଙ୍କୁ ହିଁ ଚାଷ କରି ଖାଇବା ପାଇଁ ଆଦିବାସୀ ସଙ୍ଘ ଦ୍ୱାରା ବଣ୍ଟନ କୋରାଯାଇ ଥିବାର ଦେଖିବାକୁ ମିଳିଛି I କିନ୍ତୁ ଚାଷ ଜମିରେ ୧୫ ବର୍ଷ ହବ ସ୍ଥାଇ ଭାବରେ କୁଡ଼ିଆ ଘର କରି ରହି ଚାଷ କରି ଖାଉଚନ୍ତି କିନ୍ତୁ ସେହି ଆଦିବାସୀଙ୍କ ଚାଷ ଜମିର ପୋଟା ନିଲାବାଡ଼ି ଗ୍ରାମର ସାହୁକାର ମାନେ ଭିତରିଆ ଭାବରେ ପଟା କରିଥିବା ବିଷୟ ଚାଷୀ ମାନେ ଜାଣିନଥିବା କହିଥିଲେ I ଆମେ ଚାଷ କରି ଆମ ଜମିରେ ରହି ଚାଷ କରି ଖାଉଛୁ କିନ୍ତୁ ଆମର ଅଜଣାରେ ଆମ ଚାଷ ଜମିର ନାଁରେ ସାହୁକାର ମାନେ ପୋଟା କରି ଆମକୁ ଗୁଣ୍ଡା ଗିରି ଓ ଦାଦାଗିରି ଦେଖାଉଚନ୍ତି ବଲି କହିଛନ୍ତି I ଏଥିରେ କୋରାପୁଟ ଜିଲ୍ଲା ଚାଷୀ ମୁଲିଆ ସଙ୍ଘ ସଭାନେତ୍ରୀ କଣ୍ଡାଗୋରୀ ପାଇଡ ଆମା, ପିଡ଼ିକା ସୂରିଆମା, ଶ୍ରୀନୁ ମାଣ୍ଡିଙ୍ଗ, ଡ଼ମ୍ବୁ ମାଣ୍ଡିଙ୍ଗ, ସୁବାରାଓ କେଣ୍ଡରୁକା, ଓ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS