BREAKING
Loading...
:

ରାଜ୍ୟରେ ଆଉ ୫ ଦିନ ପର୍ଯ୍ୟନ୍ତ ହିଟ ଓ୍ବେଭ୍‌ ଜାରି ରହିବ

 



ଭୁବନେଶ୍ୱର,-: ରାଜ୍ୟରେ ପ୍ରବଳ ତାତି ଓ ଗୁଳୁଗୁଳିକୁ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଆଉ ୫ ଦିନ ପର୍ଯ୍ୟନ୍ତ ହିଟ ଓ୍ବେଭ୍‌ ଜାରି ରହିବ। ତାପମାତ୍ରା ୪୦ ଥିଲେ ବି ୪୫ ଡିଗ୍ରୀ ପରି ଅନୁଭୂତ ହେବ। ଉପକୂଳବର୍ତ୍ତୀ ଜିଲାରେ ଅନୁଭୂତ ତାପମାତ୍ରା ଅଧିକ ରହିବ। ସମସ୍ତ ଉପକୂଳବର୍ତ୍ତୀ ଜିଲାରେ ଗୁଳୁଗୁଳି ଅଧିକ, ତେଣୁ ଅନୁଭୂତ ତାତି ବି ଅଧିକ ରହିବ। ଏଥର କିଛି ବି ନୂଆ ନୁହେଁ, ଆମେ ଅତୀତରେ ଏହା ଅନୁଭବ କରିଛେ । କୌଣସି ଠାରେ ଏଲ୍‌ ନିନୋ ଘୋଷଣା ହୋଇ ନାହିଁ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମନସୁନ୍‌ ଆସିଲେ ଏଲ୍‌ ନିନୋ ସକ୍ରିୟ ହୋଇଥାଏ। ଓଡ଼ିଶାକୁ ମନସୁନ୍‌ ଛୁଇଁବା ନେଇ କୌଣସି ପୂର୍ବାନୁମାନ ହୋଇନାହିଁ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS