ସୁରକ୍ଷିତ ଶୈଶବ ସୁରକ୍ଷିତ ଭବିଷ୍ୟତ ବୈଠକ ଅନୁଷ୍ଠିତ#
ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଠାରେ “ସୁରକ୍ଷିତ ଶୈଶବ ସୁରକ୍ଷିତ ଭବିଷ୍ୟତ” କାର୍ୟକ୍ରମ ଅନ୍ତର୍ଗତ ଏକ ସଚେତନତାମୂଳକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶିଶୁ ସୁରକ୍ଷା, ଶିଶୁ ଅଧିକାର, ବାଳ୍ୟ ବିବାହ ନିବାରଣ, ଶିକ୍ଷାର ଗୁରୁତ୍ୱ ଓ ଶିଶୁମାନଙ୍କ ସୁସ୍ଥ ଭବିଷ୍ୟତ ଗଠନ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
କାର୍ୟକ୍ରମରେ ସ୍ଥାନୀୟ ପ୍ରଶାସନ, ଶିକ୍ଷକ, ଅଭିଭାବକ, ସ୍ୱୟଂସେବୀ ସଂଗଠନର ସଦସ୍ୟ ଓ ସମାଜସେବୀମାନେ ଯୋଗଦେଇ ଶିଶୁମାନଙ୍କ ସୁରକ୍ଷା ଓ ସମଗ୍ର ବିକାଶ ପାଇଁ ସମସ୍ତଙ୍କ ସମିଲିତ ପ୍ରୟାସର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ।
ଶେଷରେ ସମସ୍ତ ଉପସ୍ଥିତ ସଦସ୍ୟ ଶିଶୁ ସୁରକ୍ଷା ପ୍ରତି ସଚେତନ ରହିବା ସହିତ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ସଂକଳ୍ପ ଗ୍ରହଣ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق