BREAKING
Loading...
:

୧୮ ତାରିଖ ଯାଏ ତାତିରୁ ମିଳିବନି ତ୍ରାହି, ଏହିସବୁ ଜିଲ୍ଲାରେ ଜାଳିବ.......*

 *୧୮ ତାରିଖ ଯାଏ ତାତିରୁ ମିଳିବନି ତ୍ରାହି, ଏହିସବୁ ଜିଲ୍ଲାରେ ଜାଳିବ.......*





ଭୁବନେଶ୍ବର: ବଢ଼ିଛି ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡମାନ ସାଗର ଓ ତା ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ । ଆସନ୍ତା ୧୨ ତାରିଖ ବେଳକୁ ଲଘୁଚାପର ରୂପ ନେବ। କିନ୍ତୁ ଏହାର ଦିଗ ବଙ୍ଗୋପସାଗର ପଟକୁ ହେବ ତାହା ସ୍ପଷ୍ଟ ନାହିଁ । ବର୍ତ୍ତମାନ ଏହାର ଦିଗ ତାମିଲନାଡୁ ପଟକୁ ରହୁଥିବା ପୂର୍ବାନୁମାନ କରାଯାଇଛି । ଏହା ପ୍ରଭାବରେ ରାଜ୍ୟରେ ବଢିବ ତାତି ।୧୩ରୁ ପାରଦ ବଢିବାକୁ ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।


ଦକ୍ଷିଣ ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ୧୨ ତାରିଖ ସୁଦ୍ଧା ଲଘୁଚାପ, ଓ ପରେ ଗଭୀର ଅବପାତ ହେବ । ଏହା ଆହୁରି ଘନିଭୁତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଥିବା କହିଛନ୍ତି ସୋଆ ସି ଇ ସି ମୁଖ୍ୟ ଶରତ ଚନ୍ଦ୍ର ସାହୁ । କିନ୍ତୁ ଏହାର ପ୍ରଭାବ ବର୍ତ୍ତମାନ ତାମିଲନାଡୁ ଉପକୂଳ ପଟକୁ ଦେଖାଉଥିବା ସେ କହିଛନ୍ତି । ବାତ୍ୟା ରୂପ ନେଲେ ମଧ୍ୟ ଏତେ ତୀବ୍ର ରୂପ ନେବ ନାହିଁ ବୋଲି ସେ କହିଛନ୍ତି । ଏପଟେ ରାଜ୍ୟରେ ଏକ ଟ୍ରାପ ଲାଇନ ଥିବାରୁ ଏହା ପ୍ରଭାବରେ ଦକ୍ଷିଣ ଆଣ୍ଡମାନ ସାଗରରେ ଥିବା ଘୁର୍ଣ୍ଣିବାଲୟ ବଙ୍ଗୋପସାଗର ପଟକୁ ଆସିବିକି ନାହିଁ ସ୍ପଷ୍ଟ ଚିତ୍ର ଦେଉ ନଥିବା ସେ କହିଛନ୍ତି। ୧୩ ତାରିଖ ପରେ ଚିତ୍ର ସ୍ପଷ୍ଟ ହେବ । ଏହି ଦୁଇଟି system ମିଶିଥିବାରୁ କାଳବୈଶାଖୀ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ଯେତିକି ମାତ୍ରରେ ଘଡଘଡି ସହ ବର୍ଷା ହେବା କଥା ସେତିକି ହେଉ ନାହିଁ।


ଦକ୍ଷିଣ ଆଣ୍ଡମାନ ସାଗରରେ ଥିବା ଏହି ସିଷ୍ଟେମ ଯୋଗୁଁ ରାଜ୍ୟରେ ପାରଦ ବଢିବ। ୧୩ ତାରିଖ ପରଠାରୁ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ୧୪ ଓ ୧୫ ତାରିଖରେ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪୩ ରୁ ୪୫ ଡିଗ୍ରୀ ହେବା ସମ୍ଭାବନା ରହିଛି । ୧୬ ରୁ ୧୮ ମଧ୍ୟରେ ଉପକୂଳ ଓଡ଼ିଶାରେ ମଧ୍ୟ ପାରଦ ବଢିବ । ଅସହନୀୟ ଗୁଲଗୁଳି ଓ ଗରମ ଅନୁଭବ କରିବେ ଲୋକେ । ୧୮ ତାରିଖ ପର୍ଯ୍ୟନ୍ତ ତାତି ରହିବ ।


ଆସନ୍ତା ୧୮ ତାରିଖ ବେଳକୁ ଆଉ ଏକ system କେନ୍ଦ୍ର ବଙ୍ଗୋପସାଗର ଠାରେ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି । ଅନ୍ୟପଟେ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅନେକ ସ୍ଥାନ ରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଥିବାରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟ ରେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର ଓ ଭଦ୍ରକରେ କାଳବୈଶାଖୀର ପ୍ରଭାବ ଅଧିକ ରହିଥିବାରୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS