BREAKING
Loading...
:

ଲାଞ୍ଜିଗଡ ବ୍ଲକରେ କାଳବୈଶାଖୀର ତାଣ୍ଡବ

 ଲାଞ୍ଜିଗଡ ବ୍ଲକରେ କାଳବୈଶାଖୀର ତାଣ୍ଡବ



ହଷ୍ଟେଲ ସ୍କୁଲର ଆଜବେଷ୍ଟ ଉଡାଇ ଦେଇଥିବା ବେଳେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ  ଗଛ ପଡି ଅବରୋଧ


ଯାତାୟତରେ ବାଧାପ୍ରାପ୍ତ


ଲାଞ୍ଜିଗଡ-,/-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଘାଟି ଅଞ୍ଚଳରେ ଥିବା ବେନଗାଁ ଓ ଲାଞ୍ଜି ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ଦେଖ‌ିବାକୁ ମିଳିଛି । କାଳବୈଶାଖୀ ସମେତ ବର୍ଷା,ଘଡ଼ଘଡ଼ି ଓ ତୁହାକୁ ତୁହା ବର୍ଷା ପବନରେ ସ୍କୁଲର ଆଜବେଷ୍ଟ ଉଡାଇ ଦେଇଥିବା ବେଳେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଗଛପଡି ଯାତାୟାତରେ ଘୋର ଅସୁବିଧା ଦେଖୁବାକୁ ମିଳିଛି ।ସୂଚନା ଅନୁସାରେ  ଦିନ ଦ୍ୱିପ୍ରହର ହଟାତ ବର୍ଷା, ଘଡଘଡି ସମେତ ଜୋରରେ ପବନ ହୋଇଥିଲା କାଳବୈଶାଖୀ ବର୍ଷା,ପବନ ଓ ଘଡ଼ଘଡ଼ି ପ୍ରଭାବରେ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ପେଙ୍ଗସୁର ଗାଁର ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ ଉପରେ ଥିବା ଆଜବେଷ୍ଟ ଉଡାଇ ରାସ୍ତା କଡରେ ପଡିଥିବା ବେଳେ ବେନଗାଁ-ମୂଷାନାଳ ମୁଖ୍ୟ ରାସ୍ତାର ଧଡେଲ ଜଙ୍ଗଲ ଠାରେ ବିରାଟ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି।ଏହି ରାସ୍ତା ସୀମାନ୍ତ ରାୟଗଡା ଜିଲ୍ଲା ସଂଯୋଗ କରୁଥିବା ବେଳେ ଅନେକ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି।ସେହିପରି ଲାଞ୍ଜି ପଞ୍ଚାୟତ ବଡମ୍ବା ଗାଁ ରାସ୍ତାରେ ଗଛ ପଡି ଯାତାୟାତ ଠପ ହୋଇଥିବା ଦେଖିବାକୁ ମିଳିଛି।ସେହିପରି ମୂଷାନାଳ-ଭବାନୀପାଟଣା ମୁଖ୍ୟ ରାସ୍ତା ଉପରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଯାତାୟତରେ ଘୋର ଅସୁବିଧା ଦେଖିବାକୁ ମିଳିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS