BREAKING
Loading...
:

ଗଂଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗ୍ରାମର ଆକାଶ ଜେନା ହତ୍ୟା ଘଟଣା । ଆଉ 5ଜଣ ଅଭିଯୁକ୍ତ ଗିରଫ 3ଟି ଖଣ୍ଡା ଓ ଗୋଟିଏ ପଲସର ବାଇକ ଜବତ।

 


ଗଂଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗ୍ରାମର ଆକାଶ ଜେନା ହତ୍ୟା ଘଟଣା । ଆଉ 5ଜଣ ଅଭିଯୁକ୍ତ ଗିରଫ 3ଟି ଖଣ୍ଡା ଓ ଗୋଟିଏ ପଲସର ବାଇକ ଜବତ। ଗିରଫ ଅଭିଯୁକ୍ତ ମାନେ ହେଲେ ପୋଲସରାର ସୁଭମ କାଣ୍ଡି, ତୋଫାନ ନାୟକ, ତୋଫାନ ରାଉତ,ଅମର ପ୍ରଧାନ, ଓ ଧର୍ମରାଜ ସ୍ୱାଇଁ l ଗତ 25 ତାରିଖ ରାତିରେ ବରଯାତ୍ରୀ ପଟୁଆରରେ ଡିଜେ ଗୀତକୁ କେନ୍ଦ୍ରକରି ପାଟିତୁଣ୍ଡରୁ ବରର ସାନ ଭାଇ ଆକାଶ ଜେନାକୁ ହତ୍ୟା କରାଯାଇଥିଲା । ପୁର୍ବରୁ ଏହି ହତ୍ୟା ଘଟଣାରେ ପୋଲିସ ଜଣେ ନାବାଳକ ସମେତ 2 ଜଣକୁ ଗିରଫ କରିଥିବା ବେଳେ ଗିରଫ ସଂଖ୍ୟା ପହଞ୍ଚିଲା 7 ରେ ଆଗକୁ ଆହୁରି ବଢିବ ଗିରଫ ସଂଖ୍ୟା l ଏନେଇ ପୋଲସରା ଥାନାରେ PS CASE NO 238/26 ରେ ଏକ ମାମଲା ରୁଜୁ ହୋଇଥିଲା  l ଆଜି ସାମ୍ୱାଦିକ ସମ୍ମିଳନୀରେ ପୁରୁଷୋତ୍ତମ ପୁର ଏସଡିପିଓ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି ପୋଲସରା ଥାନାଧିକାରୀ କୌସିକ୍ ମାଝି ଉପସ୍ଥିତ ଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS