- ଋଣ ଭାର ସହିନପାରି ବେକରେ ରଶି ଲଗେଇ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା l
ବେଲଗୁଣ୍ଠା-;, ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡବନ୍ଧ ପଞ୍ଚାୟତ କଳାସୂତା ଗ୍ରାମରେ ଅଭାବନିୟ ଘଟଣା ଘଟିଛି l ଘରେ କେହି ନଥିବା ବେଳେ ବେକରେ ରଶି ଲଗେଇ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଜଣାପଡିଛି ଋଣ ଭାର ସହିନପାରି ବୃଦ୍ଧ ଦମ୍ପତି ଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି l ମୃତ ଦମ୍ପତି ହେଲେ ୬୬ ବର୍ଷୀୟ ସିମାଞ୍ଚଳ ବିଷୋୟୀ ଓ ୬୧ ବର୍ଷୀୟ ନମିତା ବିଷୋୟୀ l ଖବର ପାଇ ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି l କିଛି ଦିନ ତଳେ ବୃଦ୍ଧ ଦମ୍ପତିଙ୍କ ଗୋଟିଏ ବୋଲି ପୁଅର ହୃଦଘାତ ରେ ମୃତ୍ୟୁ ହୋଇଥିଲା l ଦମ୍ପତିଙ୍କ ପାଞ୍ଚଟି ଝିଅ ଥିବା ବେଳେ ଗତ ୨୧ ତାରିଖରେ ସାନ ଝିଅର ବାହାଘର ହୋଇଥିଲା l ତେବେ ଋଣ ଭାର ଅଧିକ ହେବାରୁ ଚିନ୍ତାରେ ଦମ୍ପତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି l ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦାମ୍ପତିଙ୍କ ଶବକୁ ଜବତ କରିବାସହ ଦୁଇଟି ଅପମୃତ ମାମଲା ୮/୯/୨୬ରେ ରୁଜୁ କରିବା ସହ ଵେବଛେଦ ପାଇଁ ଆସ୍କା ମେଡିକାଲକୁ ପଠେଇଥିବା ଥାନା ଅଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق