BREAKING
Loading...
:

୧୫ ଅଗଷ୍ଟରୁ ବ୍ୟାନ୍ ହେବ ପେଟ୍ରୋଲ ବାଇକ୍! ଆସିବ ଡ୍ରାଫ୍ଟ EV ନୀତି 2.0

 *୧୫ ଅଗଷ୍ଟରୁ ବ୍ୟାନ୍ ହେବ ପେଟ୍ରୋଲ ବାଇକ୍! ଆସିବ ଡ୍ରାଫ୍ଟ EV ନୀତି 2.0*



*ଦିଲ୍ଲୀରେ ବନ୍ଦ ହେବ ପେଟ୍ରୋଲ ଚାଳିତ ବାଇକର। ଦିଲ୍ଲୀରେ ୨ ଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ। ଦିଲ୍ଲୀରେ ଖୁବ୍ ଶୀଘ୍ର ପେଟ୍ରୋଲ ବାଇକ୍ ବ୍ୟାନ୍ ହେବ। ୨୦୨୮ରୁ ନୂତନ ପେଟ୍ରୋଲ ଦୁଇଚକିଆ ଯାନ ପଞ୍ଜିକରଣ ବନ୍ଦ ହୋଇପାରେ। ଦିଲ୍ଲୀ ସରକାରଙ୍କ EV ଡ୍ରାଫ୍ଟ ପଲିସି ଆସିଛି।* 


ଯେଉଁଥିରେ ୨୦୨୮ ଏପ୍ରିଲ ସୁଦ୍ଧା ପେଟ୍ରୋଲ ଚାଳିତ ଦୁଇଚକିଆ ଗାଡ଼ିର ନୂଆ ପଞ୍ଜିକରଣକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି। ପେଟ୍ରୋଲ ଏବଂ CNG-ଇନ୍ଧନ ଚାଳିତ ୨ ଚକିଆ ଯାନ ବନ୍ଦ ହେବ। ଇଲେକ୍ଟ୍ରିକ୍ ଯାନକୁ ପ୍ରୋତ୍ସାହିତ କରାଯିବ। ପ୍ରଦୂଷଣକୁ ରୋକିବା ପାଇଁ ପ୍ରୟାସ କରାଯିବ। 


ଏହି ନୀତି ବର୍ତ୍ତମାନ ବିଚାରାଧୀନ ଅଛି। ଦିଲ୍ଲୀ କ୍ୟାବିନେଟରେ ମିଳିପାରେ ମଂଜୁରୀ। ନୂତନ EV ନୀତି ଅନୁଯାୟୀ ୩୦ ହଜାର ପର୍ଯ୍ୟନ୍ତ ମିଳିବ ସବସିଡି। ଟିକସ ଛାଡ଼, ପଞ୍ଜିକରଣ ଫି ଛାଡ଼ ହୋଇପାରେ। ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ କ୍ରୟ ପାଇଁ ପ୍ରୋତ୍ସାହନ ମିଳିବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS