BREAKING
Loading...
:

ପଞ୍ଜାବ ସ୍କୁଲ୍ ରେ ଓଡିଆ ଝିଅ ଟପର୍

 ପଞ୍ଜାବ ସ୍କୁଲ୍ ରେ ଓଡିଆ ଝିଅ ଟପର୍



ଏହି ବର୍ଷର ସି ବି ଏସ ସି ବୋର୍ଡ ପରୀକ୍ଷାରେ ଅସାଧାରଣ ସଫଳତା ଅର୍ଜନ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ ଅନ୍ତର୍ଗତ ଏଣ୍ଡର ପଞ୍ଚାୟତ ର ଜଣେ କୃତୀ ଛାତ୍ରୀ, ଯିଏ ସର୍ବାଧିକ ନମ୍ବର ରଖି ନିଜ ଜିଲ୍ଲା କେନ୍ଦ୍ରାପଡା ଓ ରାଜ୍ୟର ନାମ ଉଜ୍ଜ୍ୱଳ କରିଛନ୍ତି।

ଏହି କୃତୀ ଛାତ୍ରୀ ଦେବ୍ୟାନି ଗିରି ଯିଏ ପଞ୍ଜାବ ରଜ୍ୟ ଲୁଧିଆନା ସ୍ଥିତ ଶ୍ରୀ ଗୁରୁ ରାମ ରାୟ ପବ୍ଲିକ୍ ସ୍କୁଲ୍ର ଛାତ୍ରୀ। ସେ ଏହି ପରୀକ୍ଷାରେ ୯୬ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ବାପା ରବୀନ୍ଦ୍ର ଗିରି ଓ ମା ସୁଚିଶ୍ମିତା ଗିରି ଝିଅର ସଫଳତା ପାଇଁ ଗର୍ବିତ। ଦେଵ୍ୟାନି ତାଙ୍କର ଏହି ସଫଳତା ପାଇଁ ନିଜ ପରିଶ୍ରମ, ଶିକ୍ଷକମାନଙ୍କ ନିର୍ଦ୍ଦେଶନା ଓ ଅବିଭାବକ ଆଶୀର୍ବାଦକୁ ଶ୍ରେୟ ଦେଇଛନ୍ତି। ତାଙ୍କର କଥାରେ—

"ମୋ ସଫଳତାର ରହସ୍ୟ ହେଉଛି ନିୟମିତ ପଢ଼ା ଓ ଆତ୍ମବିଶ୍ୱାସ।"

ସ୍କୁଲ ପକ୍ଷରୁ ମଧ୍ୟ ଏହି ସଫଳତା ପାଇଁ ଅପାର ଖୁସି ପ୍ରକାଶ କରାଯାଇଛି। ଶିକ୍ଷକମାନେ କହିଛନ୍ତି ଯେ, ସେ ସଦା ପରିଶ୍ରମୀ ଓ ଶିଷ୍ଟ ଛାତ୍ରୀ ଥିଲେ।

ଏହି ସଫଳତା କେବଳ ତାଙ୍କ ପରିବାର ନୁହେଁ, ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଛି। ଭବିଷ୍ୟତରେ ନିଜ ଜନ୍ମ ମାଟି ଓଡ଼ିଶା ରେ ରହି ଜଣେ ଭଲ ଡାକ୍ତର ହୋଇ ସେବା କରିବାର ସ୍ବପ୍ନ ରଖିଛନ୍ତି ଦେବ୍ୟାନୀ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS