*ଦୁର୍ନୀତି କୁ ବିରୋଧ କଲେ ମିଳୁଛି ମାଡ ଓ ହତ୍ୟା ଧମକ । ମେସିନ ଦ୍ଵାରା ଜାତୀୟ କର୍ମ ନିଯୁକ୍ତି ଯୋଜନା କାମକୁ ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ**
ବିଞ୍ଝାରପୁର, ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶହେ ଦିନର କାମ ଦେଇ ଗରିବ ଶ୍ରମିକମାନଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟ ପ୍ରହସନରେ ପରିଣତ ହୋଇଛି । ମେସିନ ଲଗାଇ ସାମାନ୍ୟ କାମ ବଦଳରେ ଲୁଟ୍ ହେଉଛି କୋଟି କୋଟି ଟଙ୍କା । ବିରୋଧ କଲେ ମିଳୁଛି ମାଡ ଓ ହତ୍ୟା ଧମକ । ଏମିତି ଏକ ଅଭିଯୋଗ ଆସିଛି ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଦଶରଥପୁର ଥାନା ଅଧୀନ ରହାସୋଇ ଗ୍ରାମରୁ । ଗ୍ରାମର ଗରିବ ଶ୍ରେଣୀ ର ମଜୁରିଆ ମାନେ କାମ ନପାଇ ଘରେ ବସିରହୁଥିବା ବେଳେ ସରକାରୀ ଯୋଜନା ମାନଙ୍କରେ ମେସିନ ଲଗାଇ ମିଛି ମିଛିକା କା କାମ କରି ସରକାରୀ ଅଧିକାରୀ ଓ ପଞ୍ଚାୟତ ପ୍ରତିନିଧି ଲୁଟିଛନ୍ତି କୋଟି କୋଟି ଟଙ୍କା । ଏହାକୁ ପ୍ରଶ୍ନ କଲେ ଘର ପର୍ଯ୍ୟନ୍ତ ମାଡ଼ିଆସୁଛନ୍ତି ଗୁଣ୍ଡା ଶେଣୀର ଲୋକ, ସ୍ତ୍ରୀ ଲୋକଙ୍କୁ ଟଣାଓଟରା କରି ମାଡ ମାରିଛନ୍ତି ଓ ହତ୍ୟାର ଧମକ ଦେଉଛନ୍ତି । ଏପରି ଘଟଣାକୁ ନେଇ ଗତକାଲି ଦଶରଥପୁର ଥାନାରେ ରାହାସୋଇ ଗ୍ରାମର ଶ୍ରୀମତୀ ଦୀପାରାଣୀ ଦାସ ଏକ ଅଭିଯୋଗ କରିଛନ୍ତି । ଏକ ପୋଖରୀ ରେ ମେସିନ ଲଗାଇ କାମ ହେଉଥିବାରୁ ତାଙ୍କ ସ୍ବାମୀ ଜଗନ୍ନାଥ ମଲ୍ଲିକ ଓ ଅନ୍ୟ କେତେକ ଏହାକୁ ବିରୋଧ କରିଥିଲେ । ଏହି କାରଣରୁ ସେହି ଗ୍ରାମର ଶମ୍ଭୁନାଥ ମଲିକ ଓ ମହେଶ୍ୱର ସେଠୀ ସମେତ କେତେକ ବ୍ୟକ୍ତି ଅଭିଯୋଗକାରିଣୀ ଙ୍କ ଘର ନିକଟରେ ପହଂଚି ତାଙ୍କ ଶାଶୁ ଆଦରମଣୀ, ସ୍ବାମୀ ଜଗନ୍ନାଥଙ୍କ ଦିଅରଙ୍କୁ ଗାଳି ଗୁଲଜ କରିବା ସହିତ ମାଡ ମାରିବାର ଅଭିଯୋଗ ହୋଇଅଛି । ଦଶରଥପୁର ପୋଲିସ ପ୍ରାଥମିକ ତଦନ୍ତ କରି ଅଭିଯୁକ୍ତଙ୍କୁ ଖୋଜୁଥିବା ଜଣାଯାଏ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment