ପାରାଦୀପ ଓପନ କରାଟେ ଚାମ୍ପିୟାନସିପ, ଯୋଗଦେଲେ ରାଜ୍ୟ ର କୋଣ ଅନୁକୋଣରୂ କରାଟେ ପ୍ରତିଯୋଗୀ
ପାରାଦୀପ - ଅନ୍ତର୍ଜାତୀୟ ଗୋସୁକୋ କରାଟେ ଆସୋସିଏସନ ଆନୁକୂଲ୍ୟରେ ପାରାଦୀପ ମୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ରାଜ୍ୟସ୍ତରୀୟ ପାରାଦୀପ ଓପନ କରାଟେ ଚାମ୍ପିୟାନସିପ ରେ ଯୋଗଦେଇଚ୍ଛନ୍ତି ରାଜ୍ୟ ର କୋଣ ଅନୁକୋଣ ରୂ ଆସିଥିବା ଛୋଟ ରୂ ବଡ଼ କରାଟେ ପ୍ରତିଭା l ଯେଉଁଭଳି ପିଲାଟି ବଢିବା ସହିତ ଶିକ୍ଷା ର ଆବଶ୍ୟକ ରହିଛି ଠିକ ସେହିଭଳି ପିଲାଟିର ସ୍ୱାସ୍ଥ୍ୟ, ଶାରୀରିକ ଗଠନ ନିମନ୍ତେ କ୍ରୀଡାର ଆବଶ୍ୟକ ରହିଛି l ବିଶେଷ କରି ଆତ୍ମରକ୍ଷା ପାଇଁ କରାଟେ ସବୁଠାରୁ ଗୁରୁତ୍ୱପୂର୍ଣ ବୋଲି କହିଛନ୍ତି ଉପସ୍ଥିତ ଅତିଥି ଓ ଅଭିଭାବକ l ଆଜିର ସମାଜ ରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ପୁଅ ହେଉ କିମ୍ବା ଝିଅ ନିଜର ଆତ୍ମରକ୍ଷା ଗୁରୁତ୍ୱପୂର୍ଣ ହୋଇପଡିଛି, ପିଲାଟିକୁ ଯଦି ଛୋଟବେଳୁ ଏହିସବୁ କଳା ପ୍ରଶିକ୍ଷଣ ନେଇଥାଏ ତେବେ ଆବଶ୍ୟକ ସ୍ଥଳେ ନିଜ ସହିତ ଅନ୍ୟକୁ ସୁରକ୍ଷା ପ୍ରଦାନ କରାଇପାରିବ ବୋଲି କହିଛନ୍ତି ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଓ କରାଟେ ପ୍ରଶିକ୍ଷକ ସଞ୍ଜୟ ସାହା l ମୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ପାରାଦୀପ ଓପନ କରାଟେ ଚାମ୍ପିୟାନସିପ ରେ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ପ୍ରତିଯୋଗୀ ମାନେ ଭାଗନେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି l କ୍ରମାଗତ ଭାବରେ ପଞ୍ଚମ ବର୍ଷ ପାରାଦୀପ ରେ ଏହି ରାଜ୍ୟ ସ୍ତରୀୟ ପାରାଦୀପ ଓପନ କରାଟେ ଚାମ୍ପିୟାନସିପି ଆୟୋଜିତ ହେଉଥିବା ନେଇ କହିଛନ୍ତି କରାଟେ ପ୍ରଶିକ୍ଷକ ସଞ୍ଜୟ ସାହା l ଏହି କାର୍ଯ୍ୟକ୍ରମ ରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପାରିଷଦ ସୁବ୍ରତ ପ୍ରଧାନ,ପ୍ରତାପ ନାୟକ, ଶିଳ୍ପମନ୍ତ୍ରୀ ଙ୍କ ପାରାଦୀପ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂ, ସାମ୍ବାଦିକ ସଞ୍ଜୟ ମିଶ୍ରଙ୍କ ସହିତ ବହୁ ବୁଦ୍ଧିଜୀବୀ ଓ ବନ୍ଦର ଅଧିକାରୀ ଯୋଗଦେଇଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق