BREAKING
Loading...
:

ଝାରସୁଗୁଡା ଜିଲ୍ଲାରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ: ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

 ଝାରସୁଗୁଡା ଜିଲ୍ଲାରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ: ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ



ଝାରସୁଗୁଡା ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ସମ୍ବନ୍ଧୀୟ ଏକ ସମ୍ବେଦନଶୀଳ ମାମଲାରେ ଅତିରିକ୍ତ ଜିଲ୍ଲା ବିଚାରପତି,ଝାରସୁଗୁଡା ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ପଙ୍କଜ ପୋଢ଼ଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରାଯାଇଥିବା ବେଳେ ସହଯୋଗୀ ଅନୁ ବାଗକୁ 2 ବର୍ଷ ଦଣ୍ଡାଦେଶ ପ୍ରଦାନ କରାଯାଇଛି। 


ମାମଲାର ବିବରଣୀ ଅନୁଯାୟୀ,  ମସିହା ଜୁନ ୨୭ ତାରିଖରେ ପ୍ରାୟ ୪ ବର୍ଷର ନାବାଳିକାଙ୍କୁ ଦୁଇ  ଅଭିଯୁକ୍ତ  ଦୁଷ୍କର୍ମ କରିଥିଲେ । ଏ ସମ୍ପର୍କରେ ବ୍ରଜରାଜନଗର ଥାନା ମାମଲା ନଂ ୧୪୦,  ଜୁନ ୩୦  ତାରିଖରେ ରୁଜୁ ହୋଇଥିଲା। ପୋଲିସ ତଦନ୍ତ ପରେ ଭାରତୀୟ ନ୍ୟାୟ ସଂହିତା (BNS), ପୋକ୍ସୋ ଆଇନ ଏବଂ ଜୁଭେନାଇଲ୍ ଜଷ୍ଟିସ୍  ଆଇନର ସମ୍ପର୍କିତ ଦଫାରେ ଅଭିଯୋଗ ଦାଖଲ କରିଥିଲେ ।


ମାନ୍ୟବର ଅଦାଲତ ଅଭିଯୁକ୍ତ ପଙ୍କଜ ପୋଢକୁ BNS ଦଫା ୬୫(୨), ୬୪(୨)(ଫ), ୧୧୫(୨) ସହ ପୋକ୍ସୋ ଆଇନ ଦଫା ୬(୧) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ  ଅତିରିକ୍ତ ୧ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅନ୍ୟ ଅଭିଯୁକ୍ତ ଅନୁ ବାଗକୁ BNS ଦଫା ୧୧୫(୨), ପୋକ୍ସୋ ଆଇନ ଦଫା ୨୧ ଏବଂ  ଆଇନ ଦଫା ୭୫ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି  ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।



ଏହି ଦଣ୍ଡାଦେଶ ଶିଶୁ ସୁରକ୍ଷା ପ୍ରତି ଓଡ଼ିଶା ପୋଲିସର ଦୃଢ଼ ପ୍ରତିବଦ୍ଧତା ଏବଂ ନାବାଳିକା ମାନଙ୍କ ବିରୋଧରେ ଘଟୁଥିବା ଅପରାଧରେ ତ୍ୱରିତ ନ୍ୟାୟ ପ୍ରଦାନରେ ପୋଲିସ ଅଗ୍ରଣୀ ଭୂମିକାକୁ ପ୍ରମାଣିତ କରିଛି।


ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଝାରସୁଗୁଡା ଏସପି ଏବଂ ତଦନ୍ତକାରୀ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ନୂତନ ଭାରତୀୟ ଆଇନ କାର୍ଯ୍ୟକାରି ହେବାପରେ ଦ୍ରୁତ ତଦନ୍ତ ଓ କମ ସମୟ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବାରୁ ସନ୍ତୋଷବ୍ୟକ୍ତ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS