BREAKING
Loading...
:

ସାହୁପଡା ଗ୍ରାମବାସୀଙ୍କୁ ମେଗା ପ୍ରକଳ୍ପରୁ ମିଳୁନି ପାଣି,ପାନୀୟ ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ।

 ସାହୁପଡା ଗ୍ରାମବାସୀଙ୍କୁ ମେଗା ପ୍ରକଳ୍ପରୁ ମିଳୁନି ପାଣି,ପାନୀୟ ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ। 



ବୌଦ୍ଧ ,ବୌଦ୍ଧ ବ୍ଲକ ଅଁଳାପାଲି ପଞ୍ଚାୟତର ସାହୁପଡା ଗ୍ରାମ। ୧୦୦୦ରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ମାତ୍ର ତିନୋଟି ନଳକୁଆ ଅଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ନଳକୁଆ ଗୁଡିକର ପାଣି ପିଇବା ପାଇଁ ସେତେଟା ଉପଯୋଗୀ ନୁହେଁ। ଏଭଳି ପରିସ୍ଥିତିରେ ଗ୍ରାମର ମାଳିପଡାବାସୀ ମହାନଦୀର ମେଗା ପ୍ରକଳ୍ପ ଉପରେ ପାନୀୟ ଜଳ ସଂଗ୍ରହ ପାଇଁ ବିଶେଷ ଭାବେ ନିର୍ଭରଶୀଳ ଅଟନ୍ତି। ହେଲେ ମେଗା ପ୍ରକଳ୍ପର ପାଣି ମାଳିପଡା ଅଞ୍ଚଳକୁ ଠିକ ଭାବରେ ପହଞ୍ଚି ପାରୁନଥିବାରୁ ପଡ଼ାରେ ଏବେ ପାନୀୟ ଜଳର ସଙ୍କଟ ଦେଖାଯାଇଛି। ପଡ଼ାରେ ଥିବା ମେଗା ପ୍ରକଳ୍ପର ଷ୍ଟାଣ୍ଡ ଗୁଡିକରୁ ଅତି କ୍ଷୀଣସ୍ତରରେ ଜଳ ବାହାରୁଥିବାରୁ ପାନୀୟ ଜଳ ସଂଗ୍ରହ ପାଇଁ ମେଗା ପ୍ରକଳ୍ପର ଷ୍ଟାଣ୍ଡ ଗୁଡିକ ନିକଟରେ ଗ୍ରାମର ମହିଳା ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି ବୋଲି ପଡ଼ାବାସୀ ଅଭିଯୋଗ କରିଛନ୍ତି। ଏଥିଯୋଗୁଁ  ଅନ୍ୟ କାମଧନ୍ଦା ଛାଡି ସକାଳ ବେଳା କେବଳ ପାନୀୟ ଜଳ ସଂଗ୍ରହ କରିବାରେ ସମୟ ଅପଚୟ କରିବାକୁ ପଡୁଛି ବୋଲି ଗ୍ରାମର ମହିଳା ମାନେ ପ୍ରକାଶ କରିଛନ୍ତି। ଏଣୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପଡ଼ାବାସୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଇ ଦେବାକୁ ମାଳିପଡାବାସୀ ଦାବି କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS