BREAKING
Loading...
:

ପଢ଼ିହେଉନାହିଁ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ୍‌, ହାଇକୋର୍ଟଙ୍କ ଅସନ୍ତୋଷ; ସୁନ୍ଦର ଅକ୍ଷରରେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବାକୁ ନିର୍ଦ୍ଦେଶ

 ପଢ଼ିହେଉନାହିଁ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ୍‌, ହାଇକୋର୍ଟଙ୍କ ଅସନ୍ତୋଷ; ସୁନ୍ଦର ଅକ୍ଷରରେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବାକୁ ନିର୍ଦ୍ଦେଶ



ଏମିତି ଅନେକ ଡାକ୍ତର ରୋଗୀଙ୍କ ଚିକିତ୍ସା ପାଇଁ ଯେଭଳି ଭାବେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିଛନ୍ତି ତାକୁ ଏମିତି କେହି ନାହିଁ ଯିଏ କି ପଢ଼ିପାରିବେ ଏବଂ ବୁଝିପାରିବେ । ଡାକ୍ତରଙ୍କ ଦ୍ୱାରା ଏଭଳି ଖାମ୍‌ଖିଆଲ ଭାବେ ଲେଖାଯାଇଥିବା ପ୍ରେସ୍‌କ୍ରିପ୍‌ସନ୍‌କୁ ନେଇ ହାଇକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 


ଏକ ମାମଲାର ବିଚାର କରି ହାଇକୋର୍ଟ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ଅନେକ ଡାକ୍ତର ଅତ୍ୟନ୍ତ ଖରାପ ଭାବେ ପ୍ରେସ୍‌କ୍ରିପ ଲେଖୁଛନ୍ତି । ପ୍ରେସ୍‌କ୍ରିପ୍‌ସନ୍‌ରେ ଆବେଦନକାରୀଙ୍କ ନାମ ମଧ୍ୟ ଲେଖାଯାଉ ନାହିଁ । ରାଜ୍ୟ ମୁଖ୍ୟ ଚିକିତ୍ସା ଅଧିକାରୀ ଏହାର ତଦନ୍ତ କରିବା ସହ ଯେଉଁ ଡାକ୍ତର ଏଭଳି ଭାବେ ଲେଖିଛନ୍ତି ତାଙ୍କୁ ଚେତାବନୀ ଦେବାକୁ ହାଇକୋର୍ଟ କହିଛନ୍ତି । ଭବିଷ୍ୟତରେ ସଂପୃକ୍ତ ଡାକ୍ତର ସୁନ୍ଦର ଅକ୍ଷରରେ ପ୍ରେସ୍‌କ୍ରିପ୍‌ସନ୍‌ର ଲେଖିବେ ଓ ନିଜ ନାମ ମଧ୍ୟ ଲେଖିବେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS