୫୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ସୃଷ୍ଟି କରିଥିବା ଓ ଟ୍ରେନ ଯୋଗେ ଟିଟିଲାଗଡ କୁ ପାନୀୟ ଜଳ ଯୋଗାଣ ହୋଇ ଥିବା ତତଲାଗଡ କୁ ପୁନଃ ଟ୍ରେନ ରେ ଜଳ ଯୋଗାଣ ହେବ କି ?
ବଲାଙ୍ଗୀର/ଟିଟିଲାଗଡ, ଅତୀତ ରେ ତତଲାଗଡ ରୂପେ ଚିର ପରିଚିତ ଟିଟିଲାଗଡ ରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବାରୁ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି।
ଡବଲ ଇଞ୍ଜିନ ସରକାର ଙ୍କ ଶାସନ କାଳରେ ବଡ ବଡ ଭାଷଣ ବାଜି ମିଥ୍ୟା ପ୍ରତିଶୃତି ଦେଇ ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ରେ ଲୋକ ଙ୍କୁ ପ୍ରପୀଡ଼ିତ କରା ଯାଇ ଆସୁଛି। ଅତୀତରେ କୋଟି, କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁଚନା ଫଳକ ଓ ବଡ ବଡ ପାଣି ଟାଙ୍କି ନାମକୁ ମାତ୍ର ନିର୍ମାଣ କରି ଦେଇ ଛାଡ଼ିଦିଆ ଯାଇଛି । ପ୍ରକାଶ ଯେ, ଅତୀତ ରେ ୫୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବିଦେଶ ରୁ ଗବେଷକ ଟିଟିଲାଗଡ ଆସି ଥିଲେ,ଯାହା ସାରା ବିଶ୍ଵ ରେ ଚର୍ଚ୍ଚା ର ବିଷୟ ପାଲଟିଥିଲା।
ଚଳିତ ଗ୍ରୀଷ୍ମ ଋତୁ ରେ ସର୍ବାଧିକ ଡିଗ୍ରୀ ତାପମାତ୍ରା ଦର୍ଶା ଯାଉଥିବା ବେଳେ ଲୋକେ ପାନୀୟ ଜଳ ନ ପାଇ ଟ୍ୟାଙ୍କର ଓ ବୋତଲ ପାଣି ବ୍ୟବହାର କରୁଛନ୍ତି । ଏ ନେଇ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ ନିଜେ ସ୍ବତନ୍ତ୍ର ଗସ୍ତ ରେ ଆସି ଚାଲିଯାଇ ନିରବି ଯାଇ ଥିବା ବେଳେ ସେ ଗଣ ମାଧ୍ୟମ ପ୍ରତିନିଧି ଙ୍କ ଆଗରେ ସରକାରୀ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହି ସମସ୍ୟା କି ବୋଲି ପ୍ରଶ୍ନ ରେ ସେ ନାହିଁ ବୋଲି ପ୍ରକାଶ କରିଥିଲେ । ସରକାରୀ ଅଧିକାରୀ ସଠିକ୍ ସମୟ ରେ ନିଜ କାର୍ଯ୍ୟ ସମ୍ପାଦନ ନ କଲେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିୟମ ଥିବା ବେଳେ ତାଙ୍କ ବିରୋଧ ରେ କିଛି କାର୍ଯାନୁଷ୍ଠାନ ବାରମ୍ବାର ଆପତ୍ତି ଅଭିଯୋଗ ସତ୍ତ୍ୱେ ଗ୍ରହଣ କରାଯାଉ ନାହିଁ । ଜିଲ୍ଲା ରେ ଓ ବିଶେଷ କରି ଏହି ତତଲାଗଡ ନିକଟ ରେ ତେଲ ନଦୀ ଥାଇ ସୁଦ୍ଧା ବିଭିନ୍ନ ପଞ୍ଚାୟତ ଗୁଡିକ ରେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହୋଇ ଆସୁଥିବା ସାର ହୋଇଛି । ବିଶେଷ ଦ୍ରଷ୍ଟବ୍ୟ ଯେ,ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଏହି ସମସ୍ୟା ର ସ୍ଥାୟୀ ସମାଧାନ ହେବ ବୋଲି ପ୍ରତିଶ୍ରୁତି ସରକାରୀ ଅଧିକାରୀ ତଥା ନେତା,ମନ୍ତ୍ରୀ ଦେବା ସତ୍ତ୍ଵେ ଫଳ ଶୂନ୍ୟ ।
ବଲାଙ୍ଗୀର ଜିଲ୍ଲା ର ପୁର୍ବତନ ମୁଖ୍ୟ ବିଭାଗୀୟ ଅଧିକାରୀ ରୋପ୍ୟ ରଞ୍ଜନ ବେହେରା ଜିଲ୍ଲା ର ସମସ୍ତ ଅଧିକାରୀ ଙ୍କୁ ଲିଖିତ ନିର୍ଦ୍ଦେଶ ଦେଇ ଥିଲେ । ସେ ବଦଳି ହୋଇ ଯାଇ ଆଜିକୁ ବର୍ଷ ସରିବାକୁ ବସିଲାଣି ସିନା ବିଭାଗୀୟ ଅଧିକାରୀ ନୀରବ ଦ୍ରଷ୍ଟା ସାଜିଛନ୍ତି।
ମୋଟର ପୋଡି,ତାର ଚୋରି ଆଦି ବାହାନା କରି ଆସୁଥିବା ବେଳେ ଏ ନେଇ ତୀବ୍ର ଉତ୍ତେଜନା ବୃଦ୍ଧି ପାଇ ଆସୁଛି ।
ସମସ୍ତ କୂଅ ପୋଖରୀ ଶୁଖି ଯାଇ ଥିବା ବେଳେ ଲୋକେ ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କଲେଣି।
ଏପରିକି ବିଭାଗୀୟ ରାଜ୍ୟ ମୁଖ୍ୟ ଅଧିକାରୀ ଙ୍କୁ ଯାଇ ଲୋକେ ଗୁହାରି କରିଥିବା ଓ ଏହି ସମସ୍ୟା ନେଇ ପଚାରି ଥିବା ବେଳେ, ଜଥାସିଘ୍ର ଏହ। ସମଧ।ନ ହେବ ବୋଲି କହି ଚ୍।ଲିଜୈଥିଲେ।
ଏବେ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ସାର ହୋଇ ଥିବା ବେଳେ ଟିଟିଲାଗଡ ବିଧାୟକ ନବୀନ ଜୈନ ବିଭିନ୍ନ ପଞ୍ଚାୟତ ମାନ ଗସ୍ତ କରି ତୀବ୍ର ଉଦ୍ବେଗ ପ୍ରକାଶ କରିଥିଲେ।
ସରକାରୀ ମୋବାଇଲ ନମ୍ୱର ରେ ଗୁହାରି ଅଭିଯୋଗ ପାଇଁ ଫୋନ୍ କଲେ କେହି ଫୋନ୍ ଗ୍ରହଣ ନ
କରିବା , କାର୍ଯ୍ୟାଳୟ ରେ ଉପସ୍ଥିତ ନ ରହିବା ଭଳି ଗୁରୁତର ଅଭିଯୋଗ ହୋଇ ଆସୁଛି । ବାରମ୍ବାର ଖବର ପ୍ରସାରଣ ପରେ କିଛି ଅଧିକାରୀ କେତୋଟି ଗ୍ରାମ ରେ ପାନୀୟ ଜଳ ଲୋକ ଦେଖାଣିଆ ଭାବେ କାର୍ଯ୍ୟ ସମ୍ପାଦନ କରି ସମ୍ପୂର୍ଣ ନୀରବି ଯାଇଛନ୍ତି । ଏ ନେଇ ସ୍ଥାନୀୟ ବିଧାୟକ ଶ୍ରୀ ଜୈନ କାର୍ଯ୍ୟ ରେ ଅବହେଳା କରିଥିବା ଅଧିକାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ସେହିପରି ଦକ୍ଷ ଅଧିକାରୀ ଙ୍କୁ ଯୁଦ୍ଧ ଭିତ୍ତି କାଳୀନ ପଦକ୍ଷେପ ନେଇ ନିଯୁକ୍ତି ପ୍ରଦାନ ସହ ଆଗକୁ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ଏହି ଜଳ ସମସ୍ୟା ସମାଧାନ ନିଶ୍ଚିତ ଭାବେ କରାଯିବ ବୋଲି ଗ୍ରାମବାସୀ ଙ୍କ ସାମ୍ନା ରେ ପ୍ରତିଶ୍ରୁତି ଦେଇଛନ୍ତି ।
ଏବେ ଦେଖିବାକୁ ବାକି ରହିଲା ମାଇଲ,ମାଇଲ ଜଳ ସଂଗ୍ରହ କରି ଯାଇ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ନେଇ କେବେ ନିସ୍ତାର ମିଳିବ ନାଁ ଟ୍ରେନ ଯୋଗେ ଅତୀତ ରେ ଜଳ ଯୋଗାଣ କରାଯିବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment