ସ୍ତ୍ରୀ କୁ ହତ୍ୟା ସ୍ୱାମୀର ଆତ୍ମହତ୍ୟା
ବେଲଗୁଣ୍ଠା,ବେଲଗୁଣ୍ଠା ବ୍ଲକ ତନରଡ଼ା ପଞ୍ଚାୟତ ଅନ୍ତର୍ଗତ ସରନୁଆଁପଲ୍ଲୀ ଠାରେ ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ବିଳମ୍ବିତ ରାତିରେ ଘରୋଇ କଳହରୁ ସ୍ତ୍ରୀ କୁ ହତ୍ୟା କରି ସ୍ୱାମୀ ଚିତ୍ରସେନ ନାଇକ (୨୮) ବାପା କୁମର ନଇକ ନିଜେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରରେ ଗତ ପ୍ରାୟ ୭ବର୍ଷ ହେଲା ଚିତ୍ରସେନ ଏବଂ ପୂଜା ଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲା ସ୍ତ୍ରୀ ର ଗ୍ରାମ ତନରଡ଼ା ଏବଂ ସ୍ୱାମୀର ଘର ସରନୁଆଁପଲ୍ଲୀ ସେମାନେ ପ୍ରାୟ 4 ବର୍ଷ ମିଶିକି ରହିବା ପରେ ଉଭୟ ଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗିରହିଥାଏ । ନନ୍ଦିନୀ ପ୍ରାୟତଃ ଭୁବନେଶ୍ୱରରେ ରହୁଥିଲେ ଯେବେ ଘରକୁ ଆସନ୍ତି ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଉଥିବା ଜଣାପଡିଛି । ନନ୍ଦିନୀ ଘର ସରନୁଆଁ ପଲ୍ଲୀକୁ ଆସିଥିଲେ, ଗତ ରାତିରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇଥିଲା ଝଗଡାର ରୁଅ ଏତେ ଭୟଙ୍କର ହୋଇପଡ଼ିଲାଯେ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହତ୍ୟା କରି ନିଜେ ଗାଁ ନିକଟସ୍ଥ ଏକ ଗଛରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଉଭୟ ଶବକୁ ଜବତ କରି ଏକ ମାମଲା ୠଜୁକରି ଭଞ୍ଜନଗର ପୋଷ୍ଟ ମଟମ ପାଇଁ ପଠାଇ ଥିବା ଜଣାପଡିଛି l ଭଞ୍ଜନଗର ଏସ୍ଡ଼ିପିଓ ଡା ଦୀପକ ମିଶ୍ର, ବେଲଗୁଣ୍ଠା ଆଇ ଆଇ ସି ରେବତୀ ଶବର, ସାଇଣ୍ଟିଫିକ ଟିମ ଏବଂ ପୋଲିସ ଟିମ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛନ୍ତି,!
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق