BREAKING
Loading...
:

ପୋଲସରାରେ ଚାଞ୍ଚଲ୍ୟ ବଡଭାଇର ବାହାଘରରେ ସାନଭାଇକୁ ହତ୍ୟା

 ପୋଲସରାରେ ଚାଞ୍ଚଲ୍ୟ ବଡଭାଇର ବାହାଘରରେ ସାନଭାଇକୁ ହତ୍ୟା



ଗଂଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗ୍ରାମରେ ଗତକାଲି ରାତିରେ ବଡ ଭାଇ ରିଙ୍କୁ ଜେନାର ବାହାଘର ପ୍ରୋସେସନ ଚାଲିଥିବା ବେଳେ ସାନ ଭାଇ ଆକାଶ ଜେନାକୁ ମାରଣାସ୍ତ୍ରରେ ହାଣି ହତ୍ୟା କଲେ ଦୃର୍ବୁତ୍ତ l ବାହାଘର ପ୍ରୋସେଶନରେ କୌଣସି କଥାକୁ ନେଇ ସେହି ଗ୍ରାମର ଜଣେ ଯୁବକଙ୍କ ସହ ଆକାଶଙ୍କ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଉକ୍ତ  ଯୁବକ ଓ ତାର ଅନ୍ୟ ସହଯୋଗୀ ମାନେ ମିଶି ଆକାଶକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଫଳରେ ଆକାଶର ଅନ୍ତଃ ବୁଜୁଳା ବାହାରକୁ ଆସିଯାଇଥିଲା। ପରିବାର ଲୋକେ ତୁରନ୍ତ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାରେ  ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆକାଶକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ଆଜି ଚିକିତ୍ସାଧୀନ ଅବସ୍ଥାରେ ଆକାଶର ମୃତ୍ୟୁ ଘଟିଛି l ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ହେବାପରେ ପୋଲସରା ଥାନା CASE NO 238/26 ରେ ଏକ ମାମଲା ରୁଜୁ ହେବା ସହିତ ପୋଲିସ କିଛି ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିବା ନେଇ ଥାନାଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS