ପଲସାଗୋରା ଅଞ୍ଚଳ ରେ ବର୍ଷା ପବନ ସହ କୁଆପଥର ବୃଷ୍ଟି l
ବୌଦ୍ଧ ,ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ଅଞ୍ଚଳ ରେ ଅପରାହ୍ନ ସମୟରେ ରେ ଝଡ଼ ତୋଫାନ, ବର୍ଷା ସହ କୁଆପଥର ବୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା l ଅପରାହ୍ନ ସମୟ ରେ ହଠାତ ପବନ ଆରମ୍ଭ ହୋଇଥିଲା l ପରେ ବର୍ଷା ଆରମ୍ଭ ହୋଇ କୁଆପଥର ବୃଷ୍ଟି ହୋଇଥିଲା l ପବନ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଛି l କୁଆପଥର ମାଡ଼ ରେ ପନିପରିବା ଚାଷ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛିl
ସେହିପରି ପଳସାଗୋରା ଅଂଚଳର ବିଭିନ୍ନ ସ୍ଥାନରେ ନାମ, ଯଂଜ୍ଞ, ଦଣ୍ଡ,ସଚାଲିଥିବା ସମୟରେ କୂଆ ପଥର ବୃଷ୍ଟି ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସଂମ୍ଭୁଖିନ ହୋଇଥିବାର ଦେଖିବାକୁ ମିଳିଥିଲା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق