BREAKING
Loading...
:

ଜଳ,ଜଙ୍ଗଲ,ଜମିନ ବଞ୍ଚାଅ ନାରା ରେ ନିୟମଗିରି ସୁରକ୍ଷା ପାଈଁ ବିଏସପିର ଆନ୍ଦୋଳନ I

 କଳାହାଣ୍ଡି / 

ଜଳ,ଜଙ୍ଗଲ,ଜମିନ ବଞ୍ଚାଅ ନାରା ରେ ନିୟମଗିରି ସୁରକ୍ଷା ପାଈଁ ବିଏସପିର ଆନ୍ଦୋଳନ I



ଲାଞ୍ଜିଗଡ ବେଦାନ୍ତ ବିରୋଧରେ ଗର୍ଜିଲେ ହଜାର ହଜାର ଆଦିବାସୀ I







କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ବକ୍ସାଇଟ୍ ଖଣି ଏବଂ ଶିଳ୍ପ ପ୍ରସାରଣ ବିରୁଦ୍ଧରେ ବହୁଜନ ସମାଜ ପାର୍ଟି ତରଫରୁ ଏକ ବିଶାଳ ଜନ ଆନ୍ଦୋଳନ ଜୋର ଧରିବା ସହିତ ଅଞ୍ଚଳ ରେ ବସବାସ କରୁଥିବା ଡ଼ଙ୍ଗରିଆ କନ୍ଧ, ଆଦିବାସୀ ମାନଙ୍କ ମଧ୍ୟରେ କମ୍ପାନୀ ବିରୁଦ୍ଧରେ ଥିବା କ୍ରୋଧ ପୁଣି ଥରେ  ଉତ୍କଟ ସ୍ତରରେ ପହଞ୍ଚିଥିବା ଦେଖିବାକୁ ମିଳିଛି।


 ବେଦାନ୍ତ ଆଲୁମିନା କମ୍ପାନୀ ମୁଖ୍ୟ ଫାଟକ ଠାରେ ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ବହୁଜନ ସମାଜ ପାର୍ଟି (ବିଏସପି) ୟୁନିଟ୍ 

ପକ୍ଷରୁ ଏକ ବିଶାଳ ଜନ ଆନ୍ଦୋଳନ ରେ ପାଖାପାଖି ପାଞ୍ଚ ହଜାର ରୁ ଉର୍ଦ୍ଧ ଲୋକ ଏକଠିତ ହୋଇ କମ୍ପାନୀ ଏବଂ ପ୍ରଶାସନ ବିରୁଦ୍ଧରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ I 


ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିର୍ଦେଶ ସତ୍ୱେ ବକ୍ସାଇଟ୍ ସମୃଦ୍ଧ ନିୟମଗିରି ପାହାଡ଼ ଉପରେ କୌଶଳ କ୍ରମେ ବକ୍ସାଇଟ ଉତ୍ତୋଳନକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା, ଯାହା ବିସ୍ଥାପନ, ​​ପରିବେଶ ବିରୋଧୀ ଏବଂ ଡ଼ଙ୍ଗରିଆ କନ୍ଧ, ଆଦିବାସୀ ପରିଚୟର ପ୍ରତି ପ୍ରଭାବ ପକାଉଥିବା ଆଦି ଅଭିଯୋଗ ଆଣି ଏକାଠି ହୋଇଥିଲେ ହଜାର ହଜାର ଡ଼ଙ୍ଗରିଆ କନ୍ଧ ଓ ଆଦିବାସୀ I




 ବେଦାନ୍ତ ଲାଞ୍ଜିଗଡ଼ ଠାରେ, ବଏସପି ଆଦିବାସୀ ଅଧିକାର ଏବଂ ପ୍ରାକୃତିକ ସମ୍ପଦ ସୁରକ୍ଷା ପ୍ରସଙ୍ଗ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ  ଜନ ଆନ୍ଦୋଳନ କୁ ପୁନର୍ଜୀବିତ କରିଥିବା ଦେଖିବାକୁ ମିଳିଛି I


ବିଏସପି, ରାଜ୍ୟ ସଭାପତି ସରୋଜ ନାୟକଙ୍କ ନେତୃତ୍ୱରେ ରାଜ୍ୟ ସଂଯୋଜକ ଜିତୁ ଜାକାସିକା, ରାଜ୍ୟ ସମ୍ପାଦକ ଗଙ୍ଗାଧର ପୁଆଲା, ରାୟଗଡା ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ଟାକ୍ରି, ଜିଲ୍ଲା ପ୍ରଭାରୀ ରାୟଗଡା ରାମଦାସ ଟାକ୍ରି ଏବଂ କଳାହାଣ୍ଡି ଜିଲ୍ଲା ସଭାପତି ସୋମନାଥ ନାୟକ ଙ୍କ ନେତୃତ୍ୱ ରେ ବେଦାନ୍ତ ବିରୋଧୀ ସମାବେଶ ର ଆୟୋଜନ କରାଯାଇଥିଲା।


ଆନ୍ଦୋଳନର କେନ୍ଦ୍ରରେ ବେଦାନ୍ତର ଲାଞ୍ଜିଗଡ଼ କାର୍ଯ୍ୟ ସହିତ ଜଡିତ ଖଣି କାର୍ଯ୍ୟକଳାପର ଦୃଢ଼ ବିରୋଧ କରାଯାଇଛି I ସାମ୍ବିଧାନିକ ସୁରକ୍ଷା ଏବଂ ଆଦିବାସୀ ଅଧିକାର ଅପେକ୍ଷା କର୍ପୋରେଟ୍ ସ୍ୱାର୍ଥକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି  ପ୍ରତିବାଦକାରି ମାନେ ପ୍ରକାଶ କରିଥିଲେ I


ବେଦାନ୍ତ ଲାଞ୍ଜିଗଡ଼ କମ୍ପାନୀ ଆଗରେ ନିଜର ଛବିଶ ଦଫା ଦାବିପତ୍ର ରେ, ସମସ୍ତ ବକ୍ସାଇଟ୍ ଖଣି କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବା, ଗ୍ରାମସଭାର ସମ୍ମତିକୁ କଡ଼ାକଡ଼ି ଲାଗୁ କରିବା, ଏଫଆରଏ ଏବଂ ପେସା ଆଇନ ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା, ପରିବେଶଗତ ଅନୁମୋଦନରେ ସ୍ୱଚ୍ଛତା, ପ୍ରଶାସନିକ ତ୍ରୁଟି ପାଇଁ ଉତ୍ତରଦାୟିତ୍ୱ, ଜିଲ୍ଲାର ଶିକ୍ଷିତ ବେକାରଙ୍କୁ ନିଯୁକ୍ତି ତଥା ନିୟୋଜନ, ସ୍ଥାନୀୟ ଉଚ୍ଚ ଶିକ୍ଷା ଅନୁଷ୍ଠାନ ମାନଙ୍କୁ କମ୍ପାନୀ ତରଫରୁ କରାଯାଉଥିବା କ୍ୟାମ୍ପସ ସିଲେକ୍ସନ ଅନ୍ତରଭୁକ୍ତ କରିବା, ଫ୍ଲାଏ ଆଶ୍ ପରିଚାଳନା, ପରିବେଶଗତ ଅନୁପାଳନ ଏବଂ ସ୍ଥାନୀୟ ସମ୍ପ୍ରଦାୟ ଉପରେ ଏହାର ପ୍ରଭାବ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଣାଳୀ ଉପରେ ଚିନ୍ତା କରିବା ପାଇଁ ବିଏସପି ଆହ୍ୱାନ ଦେଇଛି।

"ଜଳ, ଜଙ୍ଗଲ, ଜମିନ" ସୁରକ୍ଷାର ନାରା ରେ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଏକ ବିଶାଳ ଜନ ସମାଗମ କୁ ଏକତ୍ରିତ କରିବାରେ ଆଜି ବହୁଜନ ସମାଜ ପାର୍ଟି ସକ୍ଷମ ହୋଇଥିବା ଦେଖିବାକୁ ମିଳିଥିଲା।







ନିୟମଗିରି ଅଞ୍ଚଳ, ଏକଦା ଏକ ଐତିହାସିକ ଖଣି ବିରୋଧୀ ଆନ୍ଦୋଳନ ଓ ବିଜୟର କେନ୍ଦ୍ରସ୍ଥଳ ଭାବେ ଉଭା ହୋଇଥିଲା I ଏବେ ବହୁଜନ ସମାଜ ପାର୍ଟି ର ନେତୃତ୍ୱରେ ଏହା ଆଉ ଏକ ନିର୍ଣ୍ଣାୟକ ମୁକାବିଲା ପାଇଁ ଏହା ପ୍ରସ୍ତୁତ ହେଉଥିବା ଅନୁମାନ କରାଯାଉଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା ବିଧାନ 

Post a Comment

Previous Post Next Post
Header ADS