ସାଧୁ ସନ୍ଥ ସମ୍ମିଳନୀ ଓ ମାତୃଭିକ୍ଷା କାର୍ଯ୍ୟକ୍ରମପାଇଁ ପ୍ରସ୍ତୁତି ବୈଠକ ।
ବାଙ୍କୀ ବିଜ୍ଞାପିତ କ୍ଷେତ୍ର ପରିଷଦ ଅନ୍ତର୍ଗତ ଚକାପଦା ଗ୍ରାମରେ ଏକ ସାଧୁସନ୍ଥ ସମ୍ମିଳନୀ ଓ ମାତୃଭିକ୍ଷା କାର୍ଯ୍ୟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମପାଇଁ ଗ୍ରାମର ରଘୁନାଥ ମଣ୍ଡପରେ ସବୁସାହିର ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତି କ୍ରମେ ଉପରୋକ୍ତ କାର୍ଯ୍ୟକ୍ରମକୁ କରିବାପାଇଁ ସହମତି ପ୍ରକାଶ ପରେ ଏକ କମିଟି ଗଠନ କରାଯାଇଥିଲା। ସଭାପତି ଭାବେ ମାୟାଧର ସାମଲ ଓ ସମ୍ପାଦକ ଭାବେ ରମେଶଚନ୍ଦ୍ର ରାଉତଙ୍କୁ ମନୋନୀତ କରାଯାଇଥିଲା। ଏହି ଅବସରରେ ବିଶ୍ବପ୍ରସିଦ୍ଧ ମହିମା ଗାଦି ଯୋରନ୍ଦାରୁ ୩୦ଜଣ ସାଧୁସନ୍ଥଙ୍କୁ ନିମନ୍ତ୍ରଣ ଦେବାପାଇଁ ଗ୍ରାମ ତରଫରୁ ସଭାପତି ମାୟାଧର ସାମଲ ଓ ସମ୍ପାଦକ ରମେଶଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ପ୍ରସିଦ୍ଧ ଯୋରନ୍ଦା ପୀଠକୁ ଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଦସ୍ୟ ଗୋପବନ୍ଧୁ ସାହୁ, ଅକ୍ଷୟ କୁମାର ସାମଲ, କିନ୍ନର ରାଉତ, ନବଘନ ବେହେରା, ଦୀନବନ୍ଧୁ ପଣ୍ଡା, ପ୍ରମୋଦ ପଣ୍ଡା, ସୁଦର୍ଶନ ରାଉତ, ଲକ୍ଷ୍ମୀଧର ପରିଡା, ମହେନ୍ଦ୍ର ବେହେରା, ପ୍ରସନ୍ନ ପ୍ରଧାନ, ନିରଞ୍ଜନ ପଣ୍ଡା, ଦାଶରଥି ରାଉତ, ଇନ୍ଦ୍ରମଣି ରଣା, ଅଦୈତ ସାହୁ, କୁରୁପା ବେହେରା, ଗିରିଶ ରଣା ପ୍ରମୁଖ ଉପସ୍ଥିତ ଥିଲେ। ଗାଦିର ବକଳଧାରୀ ପ୍ରମୋଦ ଓ ହୁରୁଷି ବାବାଙ୍କ ଟିମସହ ଆଲୋଚନା ପରେ ଚଳିତ ଅପ୍ରେଲ ମାସ ୨୫ ଓ ୨୬ତାରିଖରେ (ଶନିବାର ଓ ରବିବାର) ଦୁଇଦିନ ଧରି ସାଧୁ ସନ୍ଥ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ଚକାପଦା ଗ୍ରାମରେ ଅନୁଷ୍ଠିତ ହେବ। ପ୍ରଥମ ଦିନ ସନ୍ଧ୍ୟାରେ ସାଧୁମାନଙ୍କୟ ନଗର ଭ୍ରମଣ ସହିତ ମହାଦୀପ ସଂଯୋଗ ସ୍ଥାପନ ହେବ । ଦ୍ବିତୀୟ ଦିବସରେ ଗ୍ରାମର ପୁଅ ସାଧୁ ହୋଇଯାଇଥିବା ହୁରୁଷିବାବାଙ୍କର ମାତୃଭିକ୍ଷା କାର୍ଯ୍ୟ କ୍ରମ ରହିଛି। ଆଖପାଖ ଅଞ୍ଚଳରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ ଓ ସହଯୋଗ କରିବାପାଇଁ ଚକାପଦା ଗ୍ରାମବାସୀମାନଙ୍କ ତରଫରୁ ନିବେଦନ କରାଯାଇଛି। ଯୋରନ୍ଦାର ସାଧୁମାନେ ଏପରି ମହତ୍ କାର୍ଯ୍ୟକ୍ରମକୁ ଭୂୟଂସୀ ପ୍ରଂଶସା କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment