BREAKING
Loading...
:

୯୬ କେଜି ଗଞ୍ଜେଇ ସହ ଦୁଇଜଣ ଗିରଫ

 ୯୬ କେଜି ଗଞ୍ଜେଇ ସହ ଦୁଇଜଣ ଗିରଫ 



ବୌଦ୍ଧ: -: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପୁଲିସ ପକ୍ଷରୁ ପେଟ୍ରୋଲିଙ୍ଗ ଚାଲିଥିବା ସମୟରେ କଣ୍ଟାମାଳ ଥାନା ଅନ୍ତର୍ଗତ ବରିଗୁଭା ଗ୍ରାମ ପାଖରୁ ଗଞ୍ଜେଇ ଜବତ କରିଥିବା ବେଳେ ଦୁଇ ଜଣ ମାଫିଆ କୁ ଗିରଫ କରିଛି କଣ୍ଟାମାଳ ପୁଲିସ  | ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ  କଣ୍ଟାମାଳ ଥାନାଧିକାରୀ ବାସୁଦେବ ଭୋଇ ଙ୍କ ନେତୃତ୍ୱରେ ଏକ ପୁଲିସ ଟିମ କଣ୍ଟାମାଳ ଥାନା ଅନ୍ତର୍ଗତ ବରିଗୁଭା ଗ୍ରାମ ନିକଟରେ ଦୁଇଟି ଜରିବସ୍ଥାରେ ମାଫିଆ ମାନେ ଗଞ୍ଜେଇ ରଖିଥିବା ଖବର ପାଇ ପୁଲିସ ଟିମ ପହଂଚିଥିଲେ l ସେଠାରେ ଦୁଇବସ୍ଥା ଗଞ୍ଜେଇ ସହ ଦୁଇ ଜଣ ମାଫିଆ କୁ ଧରିଥିଲା ପୁଲିସ l   ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ କୁ ଓଜନ କରିବାରୁ ଜବତ୍ ଗଞ୍ଜେଇର ପରିମାଣ ୯୬ କେଜି ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ମାନେ ହେଲେ ବରିଗୁଭା ଗ୍ରାମର  ଗଙ୍ଗାଧର କହଁର (୫୨ବର୍ଷ )ଓ ହିମାଞ୍ଚଳ ମଲ୍ଲିକ(୨୧ବର୍ଷ)  ଓ ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷ୍ୟ ଟଙ୍କା ହେବ ବୋଲି 

କଣ୍ଟାମାଳ ପୁଲିସ ସୂଚନା ଦେଇଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନା ରେ ଏନଡିପିଏସ ଆକ୍ଟ ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଗିରଫ ଅଭିଯୁକ୍ତ ଦ୍ବୟ କୁ କୋର୍ଟ ଚାଲାଣ କରାଯିବ ବୋଲି କଣ୍ଟାମାଳ ଥାନାଧିକାରୀ ବାସୁଦେବ ଭୋଇ ସୂଚନା ଦେଇଛନ୍ତି l   ଏହି ଚଢ଼ାଉ ରେ କଣ୍ଟାମାଳ ଥାନାର ଥାନାଧିକାରୀ  ଶ୍ରୀ ଭୋଇ ଙ୍କ ସମେତ ଏସଆଇ ପ୍ରକାଶ ଭୋଇ, ଏଏସଆଇ ଅଭୟ ପ୍ରଧାନ, ହାବିଲଦାର ହିମାଂଶୁ ଡାଙ୍ଗ,ମାନସ କୁମାର ପ୍ରଧାନ,  ହୋମଗାର୍ଡ ଲକ୍ଷ୍ମୀକାନ୍ତ ସାହୁ ସମେତ ଆଇଆରବି ଷ୍ଟାଫ ସାମିଲଥିଲେ   l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS