BREAKING
Loading...
:

ସାଇବର ଠକଙ୍କ ଠାରୁ ଉଦ୍ଧାର ହୋଇଥିବା ୬୫ ହଜାର ଟଙ୍କା ଓ ମୋବାଇଲକୁ ଠକେଇରେ ଶିକାର ହୋଇଥିବା ଭୀମା କିର୍ସାନୀଙ୍କୁ ହସ୍ତାନ୍ତର କଲା ଓର୍କେଲ ପୋଲିସ*

 *ସାଇବର ଠକଙ୍କ ଠାରୁ ଉଦ୍ଧାର ହୋଇଥିବା ୬୫ ହଜାର ଟଙ୍କା ଓ ମୋବାଇଲକୁ ଠକେଇରେ ଶିକାର ହୋଇଥିବା ଭୀମା କିର୍ସାନୀଙ୍କୁ ହସ୍ତାନ୍ତର କଲା ଓର୍କେଲ ପୋଲିସ* 



ବାଲିମେଳା ,/

ମାଲକାନଗିରି ଜିଲ୍ଲା  କୋରୁକୋଣ୍ଡା ବ୍ଲକ ଚିତାପାରି-୩ ପଞ୍ଚାୟତ ସଦାଶିବପୁର ଗାଁରେ ରହୁଥିବା ଭୀମ କିର୍ସାନିଙ୍କ ଘରୁ ଗତ ୨୦ ତାରିଖରେ ଏକ ମୋବାଇଲ ଚୋରି ହୋଇଥିଲା। ଗତ ୨୩ ତାରିଖରେ ତାଙ୍କ ଆକାଉଣ୍ଟରୁ ୭୫ ହଜାର ଟଙ୍କା ଉଠାଯାଇଥିବା ସେ ଜାଣିବାକୁ ପାଇବା ପରେ ସେ ଏନେଇ ସେହିଦିନ ଓର୍କେଲ ଥାନାରେ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ ଉକ୍ତ ଏତଲାକୁ  ଭିତ୍ତି କରି ପୋଲିସ ପକ୍ଷରୁ   ଥାନାରେ କେସ ନମ୍ବର -୮୧/୨୦୨୬ ରେ ଏକ ମାମଲା ରୁଜୁ କରିବା ସହିତ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏଏସଆଇ ସୁରେଶ ବିସି ମାଝୀଙ୍କ ନେତୃତ୍ୱରେ ପୋଲିସ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଗତ ୨୫ ତାରିଖ  ବୁଧବାର ଦିନ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମର ଦିଲୀପ ହରିଜନ-(୨୫) ଏବଂ କାଇଗାଁର ଇନ୍ଦ୍ର ପାନକା-(୧୯) ଦୁଇଜଣ ଅଭିଯୁକ୍ତଙ୍କୁ ମୋବାଇଲ ଫୋନ ଚୋରି କରିବା ପରେ ଉକ୍ତ ମୋବାଇଲରେ ନୂଆ ଆପ ଯୋଗେ ଏକ ନୂତନ ଫୋନ ପେ ଖୋଲି  ଜଣଙ୍କ ଆକାଉଣ୍ଟରୁ ୭୫ ହଜାର ଟଙ୍କା ଉଠାଇନେବା ଅଭିଯୋଗରେ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଗିରଫ ହୋଇଥିବା ଏହି ଦୁଇ ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୬୫ ହଜାର ଟଙ୍କା ସହ ଏକ ମୋବାଇଲ ଫୋନକୁ ପୋଲିସ ଜବତ କରିଥିଲା। ତେବେ ଏହି ଠକାମୀରେ ଶିକାର ହୋଇଥିବା ଭୀମା କିର୍ସାନିଙ୍କୁ ଶୁକ୍ରବାର ଥାନା ଅଧିକାରୀ ଧିରେନ ପଟ୍ଟନାୟକ ଥାନାକୁ ଡାକି ଅଭିଯୁକ୍ତ ମାନଙ୍କ ଠାରୁ ଜବତ ହୋଇଥିବା ନଗଦ ମୋଟ ୬୫ ହଜାର ଟଙ୍କା ଏବଂ ମୋବାଇଲ ଫୋନକୁ ସରକାରଙ୍କ ନିୟମ ଅନୁଯାୟୀ ଜିମାନାମାରେ ଏହି କେସର ତଦନ୍ତ ଅଧିକାରୀ ଏଏସଆଇ ଶ୍ରୀ ମାଝୀଙ୍କ ଦ୍ୱାରା ଭୀମାଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS