BREAKING
Loading...
:

ବେଆଇନ ଭାବେ ଚାଲିଥିଲା ଚିକିତ୍ସା ଓ ଅପରେସନ ; * ସାହାରା ନର୍ସିଂ ହୋମ ମାଲିକ ପୁଣି ଜେଲ ଗଲେ

 ବେଆଇନ ଭାବେ ଚାଲିଥିଲା ଚିକିତ୍ସା ଓ ଅପରେସନ ; * ସାହାରା ନର୍ସିଂ ହୋମ ମାଲିକ ପୁଣି ଜେଲ ଗଲେ 




ଦିଗପହଣ୍ଡି, ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ଡେଙ୍ଗାଓସ୍ତା ଗ୍ରାମ ମୁଖ୍ୟରାସ୍ତା କଡ଼ରେ ଥିବା ସାହାରା ନର୍ସିଂ ହୋମରେ ରୋଗୀଙ୍କୁ ବେଆଇନ ଭାବେ ଚିକିତ୍ସା ଓ ବିଭିନ୍ନ ଅପରେସନ କରାଯାଉଥିବା ଅଭିଯୋଗ ରେ ଦିଗପହଣ୍ଡି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇଆଇସି କିଶୋର କୁମାର ସାମଲ ଙ୍କ ଏତଲା କ୍ରମେ ମାମଲା ନଂ.୧୩୧/୨୬ ଭାରତୀୟ ଆଇନ ସଂହିତା ର ଧାରା - ୩୧୬(୪)/୩୧୯(୨)/୩୩୬(୩)/୩୩୮/୩୪୦/୧୨୫/୧୨୬/୧୦୯/୧୧୧(୨)(ଖ)/୩(୫) ସମେତ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ୍ ର ଧାରା -୧୪ ଓ ୧୬ ଅନୁଯାୟୀ ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ଡେଙ୍ଗାଓସ୍ତା ଗ୍ରାମରେ ରହୁଥିବା ପାଟପୁର ଥାନା ବାଙ୍ଗରଡ଼ା ଗ୍ରାମର ନର୍ସିଂ ହୋମ ମାଲିକ ମଙ୍ଗୁଳୁ ଚରଣ ପ୍ରଧାନ ଙ୍କୁ ଗିରଫ କରି  କୋର୍ଟ ଚାଲାଣ କରିଛନ୍ତି।ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ବିନା ଲାଇସେନ୍ସ ରେ ମଙ୍ଗୁଳୁ ଦୀର୍ଘଦିନ ହେଲା ବେଆଇନ ଭାବେ ନର୍ସିଂ ହୋମ ଚଳାଇଥିଲେ।ଏନେଇ ଅଭିଯୋଗ ହେବାପରେ ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା.ଭବାନୀ ଶଙ୍କର ମିଶ୍ର ବିନା ଲାଇସେନ୍ସ ରେ ଚାଲିଥିବା ଉକ୍ତ ନର୍ସିଂ ହୋମ କୁ ବନ୍ଦ ପାଇଁ ଆଦେଶ ଦେଇଥିଲେ ମଧ୍ୟ ନର୍ସିଂ ହୋମ ମାଲିକ ଆଦେଶ କୁ ଉଲଂଘନ କରି ନର୍ସିଂ ହୋମ ଚଳାଇଥିବା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦିଗପହଣ୍ଡି ପୋଲିସ କୁ ଚିଠି କରିଥିଲେ।  ସାନଖେମୁଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକ ଙ୍କ ଉପସ୍ଥିତିରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ପ୍ରଦୀପ  ପ୍ରଧାନ, ଚିକିଟି ଏସଡିପିଓ ବିଶ୍ଵାମିତ୍ର ହରପାଲ୍, ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ ଙ୍କ ସହ  ପୋଲିସ ଟିମ୍  ଉକ୍ତ ନର୍ସିଂ ହୋମ ରେ ଅତର୍କିତ ଚଢ଼ାଉ କରିଥିଲେ।ସେଠାରେ ସିଙ୍ଗପୁର ଗ୍ରାମର ରଞ୍ଜନ କୁମାର ମଲ୍ଲିକ ଏବଂ ଗଡସାମନ୍ତରାପୁର ଗ୍ରାମର ଭୀମସେନ ନାୟକ ଙ୍କୁ ଚିକିତ୍ସା କରାଯାଉଥିବା ଦେଖିଥିଲେ!

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS