ନୂଆଗାଁ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଶିକ୍ଷାଭିତ୍ତିକ ପରିଭ୍ରମଣ
ନୂଆଗାଁ (ନୟାଗଡ଼), ୨୯/୦୩/୨୦୨୬:
ନୟାଗଡ଼ ଜିଲ୍ଲା ନୂଆଗାଁ ସ୍ଥିତ ପିଏମ୍ ଶ୍ରୀ (PM SHRI) ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ରବିବାର ଏକ ଶିକ୍ଷାଭିତ୍ତିକ ପରିଭ୍ରମଣ ବା 'Exposure Visit' ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଭୀମସେନ ଦାସଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଏହି ପରିଭ୍ରମଣରେ ସାମିଲ ହୋଇଥିଲେ।
ଛାତ୍ରଛାତ୍ରୀମାନେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ପର୍ଯ୍ୟଟନ ଓ ଶିକ୍ଷା କେନ୍ଦ୍ର ଯଥା- ନନ୍ଦନକାନନ ପ୍ରାଣୀଉଦ୍ୟାନ, ପଠାଣି ସାମନ୍ତ ପ୍ଲାନେଟାରିୟମ ଏବଂ ଆଞ୍ଚଳିକ ସଂଗ୍ରହାଳୟ (Regional Museum) ପରିଦର୍ଶନ କରିଥିଲେ। ପ୍ଲାନେଟାରିୟମରେ ମହାକାଶ ବିଜ୍ଞାନ ଓ ସଂଗ୍ରହାଳୟରେ ଐତିହ୍ୟ ସମ୍ପର୍କରେ ଜ୍ଞାନ ଆହରଣ କରିବା ସହ ନନ୍ଦନକାନନରେ ପ୍ରକୃତି ଓ ବନ୍ୟଜନ୍ତୁଙ୍କୁ ଦେଖି ପିଲାମାନେ ବହୁତ ଉତ୍ସାହିତ ହୋଇଥିଲେ।
ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସାହୁ, କାଜଲ ପ୍ରିୟଦର୍ଶିନୀ, ମାର୍କଣ୍ଡ କର୍ଜୀ, ଭରତ ମଙ୍ଗଳ, ଶିବଶଙ୍କର ବେହେରା, ଅସିତ ମହାକୁଡ଼, ସୁଷମା ସାହୁ, ସରୋଜ କୁମାର ରାଉତ, ତୁଷାର ମିଶ୍ର, ଅଜୟ ବିକ୍ରମ ବେହେରା, ଅନନ୍ୟା ମିଶ୍ର, ଦୀପ୍ତିବାଳା ନାୟକ, ରାଜକିଶୋର ସାହୁ ଏବଂ ବିଭୁପ୍ରସାଦ ଦାସ ପିଲାମାନଙ୍କୁ ମାର୍ଗଦର୍ଶନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ SMC ସଦସ୍ୟ ଚିନ୍ମୟ କୁମାର ପ୍ରଧାନ ଓ ଅନ୍ୟାନ୍ୟ ସଦସ୍ୟବୃନ୍ଦ, ହଷ୍ଟେଲ କର୍ମଚାରୀ ଏବଂ ରୋଷେୟା ସଂଘର ସଦସ୍ୟମାନେ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା ପରିଚାଳନା କରିଥିଲେ। ପାଠ୍ୟପୁସ୍ତକ ବାହାରେ ଏହି ବାହ୍ୟ ପରିଭ୍ରମଣ ପିଲାମାନଙ୍କୁ ପ୍ରତ୍ୟକ୍ଷ ଜ୍ଞାନ ହାସଲ କରିବାରେ ବେଶ ସହାୟକ ହୋଇଛି ବୋଲି ପ୍ରଧାନଶିକ୍ଷକ ପ୍ରକାଶ କରିଛନ୍ତି।
ମଣିଭଦ୍ରା ଖବର, ନୂଆଗାଁ


Post a Comment