BREAKING
Loading...
:

ବସ୍ତିଙ୍ଗିଆରେ ବିଜେଡିର ବିଶାଳ କର୍ମୀ ସମ୍ମିଳନୀ, ସଙ୍ଗଠନକୁ ସୁଦୃଢ଼ କରିବାକୁ ଗୁରୁମନ୍ତ୍ର ଦେଲେ ଜିଲ୍ଲା ସଭାପତି

 



ବସ୍ତିଙ୍ଗିଆରେ ବିଜେଡିର ବିଶାଳ କର୍ମୀ ସମ୍ମିଳନୀ,

ସଙ୍ଗଠନକୁ ସୁଦୃଢ଼ କରିବାକୁ ଗୁରୁମନ୍ତ୍ର ଦେଲେ ଜିଲ୍ଲା ସଭାପତି

-------------------------------

ଟିକାବାଲି :: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବସ୍ତିଙ୍ଗିଆ ଗ୍ରାମପଞ୍ଚାୟତ ପରିସରରେ ବିଜୁ ଜନତା ଦଳର ଏକ ଭବ୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବହୁ ହେଭିୱେଟ ନେତା ଓ ଶତାଧିକ କର୍ମୀ ଯୋଗଦେଇ ଆଗାମୀ ଦିନରେ ଦଳୀୟ ରଣନୀତିକୁ ଅଧିକ ଶାଣିତ କରିବା ପାଇଁ ସଂକଳ୍ପ ନେଇଛନ୍ତି।ଏହି ସମ୍ମିଳନୀରେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମୀମାନଙ୍କୁ ଦଳର ସଫଳତା ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା ଯୋଗଦେଇ ତୃଣମୂଳ ସ୍ତରରୁ ଦଳକୁ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଅନ୍ୟାନ୍ୟ ଦଳ ରୁ 10ରୁ ଉର୍ଦ୍ଧ କର୍ମୀ ବିଜେଡି ରେ ବିଧିବୋଧ ଭାବରେ ମିଶିଥିଲେ | ଆଜିର ଏହି କର୍ମୀ ସମ୍ମିଳନୀ ରେ ଟିକାବାଲି ବ୍ଲକ ନୂଆଁ ବିଜେଡି ସଭାପତି ସତ୍ୟବାନ କହଁର,ପୂର୍ବତନ ଜିଲ୍ଲାପରିଷଦ ପ୍ରଦୀପ ଦିଗାଳ, ବିଶିଷ୍ଟ ବିଜେଡି ନେତା ତଥା ସମାଜ ସେଵୀ ବିମଳ କୁମାର ନାୟକ, ପ୍ରଦ୍ୟୁମ୍ନ ଦିଗାଳ, ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଚକାପାଦ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବୈନେତ୍ରୀ କହଁର, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସୋମନାଥ ବେହେରା, ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ପ୍ରେମାନନ୍ଦ ପ୍ରଧାନ ଏବଂ ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁନୀଲ ସେଠୀ ମଞ୍ଚାସୀନ ରହି କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ। ବ୍ଲକର 12 ଟି ପଞ୍ଚାୟତରୁ ଆସିଥିବା ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟାନ୍ୟ ଜନପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ସଙ୍ଗଠନ ସମ୍ପର୍କରେ ଆଲୋଚନା କରିଥିଲେ।ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପ୍ରତାପ କିଶୋର ବେହେରା ସଭାପତିତ୍ବ କରିଥିଲେ। ତାଙ୍କର ସୁଚିନ୍ତିତ ପରିଚାଳନାରେ ସଭାକାର୍ଯ୍ୟ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମାପ୍ତ ହୋଇଥିଲା। ବିଜୁପ୍ରେମୀ କର୍ମୀଙ୍କ ବ୍ୟାପକ ସମାଗମ ଯୋଗୁଁ ବସ୍ତିଙ୍ଗିଆ ଅଞ୍ଚଳରେ ଏକ ପ୍ରକାର ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଥିଲା। ଶେଷରେ ସଭାପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS