BREAKING
Loading...
:

ଗଣିଆରେ ହେବ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ,ରାଜ୍ୟ ସରକାରଙ୍କ ତରଫରୁ ଜାରି ହେଲା ନିର୍ଦ୍ଦେଶନାମା

 ଗଣିଆରେ ହେବ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ,ରାଜ୍ୟ ସରକାରଙ୍କ ତରଫରୁ ଜାରି ହେଲା  ନିର୍ଦ୍ଦେଶନାମା 

ଗଣିଆ (ମଣିଭଦ୍ରା ଖବର) ଦୀର୍ଘ ଦିନ ହେବ ଗଣିଆରେ ଶବ ବ୍ୟବଚ୍ଛେଦ ଗୃହ ନଥିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଶବ ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ମେଡିକାଲ ଯିବାକୁ ପଡୁଥିଲା । ସେଥିପାଇଁ ପାଇଁ ଲୋକେ ଅଯଥା ଖର୍ଚ୍ଚାନ୍ତ ହେଉଥିଲେ । ଗରୀବ ନିରିହ ଜନସାଧାରଣଙ୍କୁ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଦେଉଥିବା ବେଳେ ତାହା ଠାରୁ ଅଧିକ ଟଙ୍କା ଶବ ବ୍ୟବଚ୍ଛେଦ ପାଇଁ ଖର୍ଚ୍ଚ ହେଉଥିଲା । 


ଏ ନେଇ ବାରମ୍ବାର ଦାବି ହେଉଥିଲା । ତେବେ ଗତ ୨୫ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ଚିଠି ନଂ ୯୨୩୨ ଜରିଆରେ ରାଜ୍ୟର ୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ପାଇଁ ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି । ଏ ଖବର ଜଣାପଡିବା ପରେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ତେବେ ଶବ ବ୍ୟବଚ୍ଛେଦ ଗୃହଟି ବିଏସଏନଏଲ ଅଫିସ ପଛ ପାଶ୍ୱର୍ରେ ହେବା ପାଇଁ ତହସିଲ ତରଫରୁ ଜାଗା ଚିହ୍ନଟ ହୋଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ ପ୍ରକାଶ କରିଛନ୍ତି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS