BREAKING
Loading...
:

୭୪ ତମ ରାଜ୍ୟସ୍ତରୀୟ ପୋଲିସ ଆଥଲେଟିକ ଚାମ୍ପିୟନସିପ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି





 କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ପଡିଆରେ ୭୪ ତମ ରାଜ୍ୟସ୍ତରୀୟ ପୋଲିସ ଆଥଲେଟିକ ଚାମ୍ପିୟନସିପ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ମନୋଜ୍ଞ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ଶ୍ରେଷ୍ଠ  କ୍ରୀଡାବିତ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଖୁରାନିଆ ତାଙ୍କ ବକ୍ତବ୍ୟରେ ଖେଳାଳୀ ମାନଙ୍କୁ ଆଗାମୀ ଦିନରେ ଉତ୍କର୍ଷତା ପ୍ରଦର୍ଶନ କରିବା ସହ ଓଡିଶା ପୋଲିସର ସୁନାମ ବଢାଇବାକୁ ପରାମର୍ଶ ଦେଇଥିଲେ। କ୍ରୀଡ଼ା ଶାରିରୀକ ସୁସ୍ଥତା ସହିତ ଶୃଙ୍ଖଳା, ସଂଯମତା, ଆତ୍ମବିଶ୍ଵାସ, ନେତୃତ୍ଵ ଓ ଦଳଗତ ଦାୟିତ୍ଵ ବୋଧର ଶିକ୍ଷା ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏହାସହ ନିରନ୍ତର ଅଭ୍ୟାସ, ଶୃଙ୍ଖଳା ଓ ଲକ୍ଷ୍ୟକୁ ପାଥେୟ କରି ଓଡ଼ିଶା ପୋଲିସ ପାଇଁ ଗର୍ବ ଓ ଗୌରବର ପ୍ରତୀକ ସାଜିବେ ବୋଲି ମତବ୍ୟକ୍ତ କରିଥିଲେ। 


ଏହି ଚାମ୍ପିୟାନସିପରେ ବିଭିନ୍ନ Police Districts, Battalions ଏବଂ Units ର ୩୬  ଟି ପୋଲିସ ଟିମ ଅଂଶଗ୍ରହଣ କରିଥିବାବେଳେ ୭୫ ଜଣ ମହିଳା ଖେଳାଳୀଙ୍କ ସମେତ ସମୁଦାୟ  ୫୦୨ ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିଲେ। 


ଏହି ଅବସରରେ ଡିଜିପି ଦ୍ରୁତତମ ପୁରୁଷ ଆଥଲେଟ ଭାବେ ବ୍ରହ୍ମପୁରର କନେଷ୍ଟବଳ ଅଭିଷେକ ଦଳବେହେରା, ଦ୍ରୁତତମ ମହିଳା ଆଥଲେଟ ଭାବେ କମିସନରେଟ, ଭୁବନେଶ୍ଵରର A ଟିମର ବନିତା ଲାକ୍ରା, ଅନ୍ତର୍ଜାତୀୟ ମାରାଥନ ରନର ତଥା  ଶ୍ରେଷ୍ଠ ମାରାଥନ ରନର ଭାବେ ପଞ୍ଚମ ଆଇଆର ବାଟାଲିୟନର କନେଷ୍ଟବଳ ସୁଧାଂଶୁ ନାୟକ,  ଶ୍ରେଷ୍ଠ ଡେକାଥଲନ ଆଥଲେଟ ଭାବେ କୋରାପୁଟ ଜିଲ୍ଲାର କନଷ୍ଟେବଳ ଅଂଶୁମାନ ରାୟଗୁରୁ, ୧୦,୦୦୦ ମିଟର ଏବଂ ୫୦୦୦ ମିଟର ଦୌଡରେ  ଅଷ୍ଟମ ଏସଆଇଆରବିଏନ, ଭଞ୍ଜନଗରର କନେଷ୍ଟବଳ  ଅଶୋକ ଦଣ୍ଡସେନା, ୩୦୦୦ ମିଟର ଷ୍ଟେପଲ ଚେଜରେ ପୁରୀ ଜିଲ୍ଲାର କୁନା ମାରାଣ୍ଡି, ପୁରୁଷ ବିଭାଗର ଶ୍ରେଷ୍ଠ ଆଥଲେଟ ଭାବେ ଓଏସଏପି ଷଷ୍ଠ ବାଟାଲିୟନ କଟକର ହାବିଲଦାର ବିଘ୍ନରାଜ ମିରିଡିଆ, ମହିଳା ବିଭାଗର ଶ୍ରେଷ୍ଠ ଆଥଲେଟ ଭାବେ ସୁନ୍ଦରଗଡ ଜିଲ୍ଲାର କନଷ୍ଟେବଳ ସବିତା ଟପୋ , ଉଦୀୟମାନ ଆଥଲେଟ ଭାବେ କେନ୍ଦୁଝର ଜିଲ୍ଲାର କନଷ୍ଟେବଳ ସୁଖି ବାସ୍କେ, ଶ୍ରେଷ୍ଠ ଜିଲ୍ଲା ଟିମ ଭାବେ କେନ୍ଦୁଝର  ଡିଜିପି ପୁରସ୍କୃତ କରିଥିଲେ। ସମସ୍ତ କ୍ରୀଡା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବାରୁ ସୁନ୍ଦରଗଡ ଜିଲ୍ଲାକୁ ସ୍ଵତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ମହିଳା ବିଭାଗରେ ଦଳଗତ ଚମ୍ପିୟାନ ଟ୍ରଫି ରାଉରକେଲା ଜିଲ୍ଲା ହାସଲ କରିଥିବା ବେଳେ ସୁନ୍ଦରଗଡ ଜିଲ୍ଲା ରନର୍ସଅପ ହୋଇଥିଲା। ସେହିପରି ପୁରୁଷ ବିଭାଗରେ ଷଷ୍ଠ ବାଟାଲିୟନ, କଟକ କୁ ଟିମ ଚାମ୍ପିୟାନ ଏବଂ ତୃତୀୟ ବାଟାଲିୟନ, କୋରାପୁଟକୁ ରନର୍ସଅପ ଭାବେ ଡିଜିପି ଟ୍ରଫି ପ୍ରଦାନ କରିଥିଲେ। ସେହିପରି ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ରାଉରକେଲା ପୋଲିସ ଜିଲ୍ଲା, ଶ୍ରେଷ୍ଠ ପ୍ୟାରେଡ ପ୍ରଦର୍ଶନକାରୀ ଦଳ ଭାବେ ପୁରୀ ଜିଲ୍ଲା ଏବଂ ଶ୍ରେଷ୍ଠ କ୍ୟାମ୍ପ ପରିଚାଳନା ଦଳ ଭାବେ ତୃତୀୟ ଏସଏସବିଏନ ଗଜପତିକୁ ପୁରସ୍କୃତ କରାଯାଇଥିଲା।  


ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।ଡିସିପି (କଟକ) ଶ୍ରୀ ଖିଲାରୀ ୠଷିକେଶ ଦ୍ୟାନଦେଓ ଧନ୍ୟବାଦ ପ୍ରଦାନ କରିଥିଲେ। ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ  ଉତ୍ସାହିତ କରିଥିଲେ। ଏହି ଉଦଯାପନୀ ଉତ୍ସବରେ ରାଜ୍ୟର ବହୁ ବରିଷ୍ଠ ପୋଲିସ ଅଧିକାରୀ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ। 


ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ୧୪ ଟି ବିଭିନ୍ନ ପ୍ରତିଯୋଗିତାରେ ୧୪ ଜଣ କ୍ରୀଡାବିତ ଯଥା :- 10000 ମିଟର ଦୌଡରେ ଅଶୋକ ଦଣ୍ଡସେନା, 100 ମିଟର ଦୌଡ଼ରେ ବନିତା ଲାକ୍ରା ଓ ସବିତା ଟପୋ, 200 ମିଟର ଦୌଡରେ ବିଘ୍ନରାଜ ମିରିଡା ଓ ନୀତେଶ କୁମାର ମହାନ୍ତ, 5000 ମିଟର ଦୌଡ଼ରେ ଅଶୋକ ଦଣ୍ଡସେନା ଓ ସୁସ୍ମିତା ଟିଗା, 200 ମିଟର ଦୌଡରେ  ସୁଖୀ ବାସ୍କେ, 100 ମିଟର ବାଧା ଦୌଡରେ ସବିତା ଟପୋ ଓ ବନିତା ଲାକ୍ରା, ହାମରରେ ଯୁଗେଶ କୁମାର ଦାସ, 1500 ମିଟର ଦୌଡରେ ସୁସ୍ମିତା ଟିଗା, 400 ମିଟର ଦୌଡରେ ବିଘ୍ନରାଜ ମିରିଡା, 400 ମିଟର ଦୌଡରେ ସୁଖି ବାସ୍କେ ନୂତନ ରେକର୍ଡ ପ୍ରତିଷ୍ଠା କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS