*ସର୍ବ ଭାରତୀୟ ବହୁଭାଷୀ ନାଟକ ପ୍ରତିଯୋଗିତା ରେ ଆର୍ଟ ଏଣ୍ଡ ଆର୍ଟିଷ୍ଟ ଅତାବିରା ର ନାଟକ "ଫାଇଲ "ପୁରସ୍କୃତ*।
ଅତାବିରା/ ବରଗଡ଼
ଥିଏଟର ମୁଭମେଣ୍ଟ କଟକ ଦ୍ୱାରା ଆୟୋଜିତ ୨୮ତମ ବହୁଭାଷି ନାଟକ ଓ ନୃତ୍ୟ ପରିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ ରୁ ଅଧିକ ଦଳ ଭାଗନେଇଥିବା ବେଳେ ଆର୍ଟ ଏଣ୍ଡ ଆର୍ଟିଷ୍ଟ, ଅତାବିରା ଦ୍ୱାରା ନାଟକ "ଫାଇଲ" ମଞ୍ଚସ୍ଥ ହୋଇ ୬ଟି ପୁରସ୍କାର ହାସଲ କରିଛି। ଶ୍ରେଷ୍ଠ ସଂଗୀତ ଏବଂ ତୃତୀୟ ଶ୍ରେଷ୍ଠ ନିର୍ଦେଶକ ଓମ୍ କାରନାଥ ପ୍ରଧାନ, ଦ୍ଵିତୀୟ ଶ୍ରେଷ୍ଠ ପାଣ୍ଡୁଲିପି ଓ ଶ୍ରେଷ୍ଠ ଭାଷା ଭିତ୍ତିକ ନାଟକ ରାମଶିଷ ତ୍ରିପାଠୀ, ସ୍ୱତନ୍ତ୍ର ଶିଶୁ ପୁରସ୍କାର ହିମାଂଶୁ ତାଣ୍ଡି ଏବଂ ତୃତୀୟ ଶ୍ରେଷ୍ଠ ପ୍ରୟୋଜନା ନାଟକ "ଫାଇଲ "ପୁରସ୍କୃତ ହୋଇଛନ୍ତି। ନାଟକ ଟି ମନୋଜ କୁମାର ଭୋଇ ଙ୍କ ନେତୃତ୍ୱ ରେ ତଥା ଅଭିନେତା ମନୋଜ, ବୁଦ୍ଧଦେବ, ସୌମ୍ୟରଞ୍ଜନ, ହେମନ୍ତ, ହିମାଂଶୁ ଙ୍କ ନିଖୁଣ ଅଭିନୟ ତଥା ଭବାନୀ ଶଙ୍କର ବଢ଼େଇ ଙ୍କ କଣ୍ଠ ସ୍ୱର ଓ ମୁନା ଗରିଆ ଙ୍କ ବାଦ୍ୟ ରେ ଦର୍ଶକ ନାଟକ କୁ ଉପଭୋଗ କରିଥିଲେ। ହିମାଂଶୁ ତାଣ୍ଡି "ଭାରତ " ଚରିତ୍ର ଓ ମନୋଜ ଭୋଇଙ୍କ "ଫତେଚାନ୍ଦ" ଚରିତ୍ର ରେ ନିଖୁଣ ଅଭିନୟ ଦର୍ଶକ ଙ୍କୁ ଛୁଇଁପାରିଥିଲା। ନାଟକ ର ସଫଳ ମଞ୍ଚାୟନ ପରେ ବିଶିଷ୍ଟ ନାଟ୍ୟକାର, ନିର୍ଦେଶକ, ଅଭିନେତା ତଥା ଉତ୍କଳ ସଂଗୀତ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ଶ୍ରୀ ନବୀନ କୁମାର ପରିଡା, ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ନାଟକ ବିଭାଗ ର ସହକାରୀ ପ୍ରାଧ୍ୟାପକ ଶ୍ରୀ ଅରବିନ୍ଦ କୁମାର ପଣ୍ଡା,ସମ୍ବଲପୁର ର ନାଟ୍ୟ ନିର୍ଦେଶକ ତଥା ଅଭିନେତା ଶ୍ରୀ ଦିଲୀପ କୁମାର ଦେବ, ଉକ୍ତ ନାଟକ ର ନାଟ୍ୟକାର ଶ୍ରୀ ରାମଶିଷ ତ୍ରିପାଠୀ ଶୁଭେଚ୍ଛା ଜଣେଇବା ସହ ବିଭିନ୍ନ ମହଲ ରୁ ପ୍ରଶଂସା ଏବଂ ଅଭିନନ୍ଦନ ର ସୁଅ ଛୁଟିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment