BREAKING
Loading...
:

ବିଶ୍ବକପରେ ନାମିମ୍ବିଆକୁ ୯୩ ରନରେ ହରାଇଲା ଭାରତ

 ବିଶ୍ବକପରେ ନାମିମ୍ବିଆକୁ ହରାଇ ଭାରତ ବିଜୟୀ 

(ବ୍ୟୁରୋ) ଆଇସିସି ପୁରୁଷ ଟି-ଟ୍ବେଣ୍ଟି ବିଶ୍ଵକପରେ ଭାରତ ନାମିମ୍ବିଆ ବିପକ୍ଷରେ ବିଜୟ ଲାଭ କରିଛି । ବିଶ୍ବକପର ଏହି ମ୍ୟାଚରେ ଦିଲ୍ଲୀ  ଷ୍ଟାଡିୟମରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୨୦୯ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଈଷାନ କିଶାନ ଧୁଆଁ ଧାର ୬୧ ରନ୍ ସଂଗ୍ରହ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୫୨ ରନ୍ ସଂଗ୍ରହ କରିଥିଲେ । ଜବାବରେ ନାମିମ୍ବିଆ ୧୮.୨ ଓଭରରେ ୧୧୬ ରନ୍ କରି ମ୍ୟାଚ ହାରି ଯାଇଥିଲା । ଫଳରେ ଭାରତ ବିଶ୍ବକପରେ ଦ୍ବିତୀୟ ବିଜୟ ହାସଲ କରିଛି । ଭାରତ ପକ୍ଷରୁ ବୋଲି°ରେ ବରୁଣ ଚକ୍ରବର୍ତ୍ତୀ ୩ଟି, ଅକ୍ଷର ପଟେଲ ୨ଟି,ଅର୍ଶଦୀପ ସିଂହ ୧ଟି, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଉଇକେଟ ହାସଲ କରିଥିଲେ । ତେବେ ଭାରତ ୧୫ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବାକୁ ଥିବା ବେଳେ କ୍ରିକେଟ ପ୍ରେମୀ ଉତ୍ସାହର ସହିତ ଅପେକ୍ଷା କରିଥିବା ଜଣାପଡିଛି । 

ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS