ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ୯୫ ବର୍ଷ ବୟସରେ ପରଲୋକ
ସୂଚନାମୁତାବକ ବରିଷ୍ଠ ରାଜନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ କରିଛନ୍ତି। ଏହିସମୟରେ ତାଙ୍କର ବୟସ ୯୫ ବର୍ଷ ଥିଲା। ଲେଙ୍କା ଓଡ଼ିଶାର ଜଣେ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱ ଥିଲେ ଏବଂ କିଛି ଦଶନ୍ଧି ଧରି ରାଜ୍ୟ ଏବଂ ଜାତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ସେ କୁନୁ ଚରଣ ଲେଙ୍କା ଭାବରେ ମଧ୍ୟ ବେଶ ପରିଚିତ ଥିଲେ। ସେ ଓଡ଼ିଶାରୁ ଜଣେ ସାଂସଦ ଭାବରେ ଭାରତର ସଂସଦର ଉପର ସଦନ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ସେ ପି. ଭି. ନରସିଂହ ରାଓଙ୍କ ସରକାରରେ ରେଳ ମନ୍ତ୍ରୀ ଏବଂ କୃଷି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ସେ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment