BREAKING
Loading...
:

ପଟିଆ ନନ୍ଦନ ବିହାର ଛକ ରେ ଛାତି ଥରା ଦୁର୍ଘଟଣା

 




ପଟିଆ ନନ୍ଦନ ବିହାର ଛକ ରେ ଛାତି ଥରା ଦୁର୍ଘଟଣା।

 ପଟିଆ, ଭୁବନେଶ୍ୱର।

ମଟୋର ସାଇକେଲ କୁ ପିଟିଲା ବୋଲେରୋ ।ମଟୋର ସାଇ କେଲ ରେ ଆଠଗଡ଼ ଅଞ୍ଚଳ ରୁ ଯାଉଥିବା ସ୍ବାମୀ ସ୍ତ୍ରୀ ଓ ତାଙ୍କର ଦୁଇ ବର୍ଷ ର ଶିଶୁ ଆହତ। ସମସ୍ତ ଗୁରୁ ତର ଆହାତ ମାନଙ୍କୁ କିମ୍ସ ହସ୍ପିଟାଲ କୁ କରାଯାଇଛି ସ୍ଥାନାନ୍ତର।ନିଶା ଶକ୍ତ ଭାବେ ବୋଲେରୋ ଚାଳକ ବେପରୁଆ ଗାଡି ଚଲାଇ ସିରିଆଲ ଦୁର୍ଘଟଣା ଘଟାଇଥିବାର ସୂଚନା ମିଳିଛି।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗ୍ଲାମର ମଟୋର ସାଇକେଲ ଟି ବୋଲେରୋ ନିଓ ଗାଡି ଭିତରେ ପଶି ରହି ଥିଲା।ସ୍ଥାନୀୟ ଯୁବକ ମାନଙ୍କ ସହାୟତାରେ ମଟୋର ସାଇକେଲ କୁ ଭିଡ଼ି ବାହାର କରାଯାଇଥିଲା। ସ୍ଥାନୀୟ ଯୁବକ ମାନଙ୍କ କହିବା ଅନୁଯାୟୀ ରାସ୍ତା ରେ ସ୍ପିଡ୍ ଵ୍ରେକର କୁ ଉଠାଇନେବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ଆଗକୁ ଜନ ଆନ୍ଦୋଳନ ଜୋର ତେଜିବ ।

ତେବେ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ସ୍ଥାନୀୟ ଯୁବକ ମାନଙ୍କ ସହାୟତାରେ ଯାନ ଚଳାଚଳ ସାମାନ୍ୟ ହୋଇ ଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS