ଲୋକାର୍ପିତ ହେଲା ପ୍ରବାଦ ପୁରୁଷ ଦାଶିଆ ଅଜା ପୁସ୍ତକ
ଭୂବନେଶ୍ବର (ମଣିଭଦ୍ରା ଖବର) ପୁରୁଣା ସାମଗ୍ରୀକୁ ସଂଗ୍ରହ କରିବାର ନିଶା ଆଜି ତାଙ୍କୁ ବିଶ୍ବ ବିଦିତ କରିପିରିଛି । ସେଥିପାଇଁ ତ ସେ ସମସ୍ତଙ୍କର ଅଜା ରୂପେ ପରିଗଣିତ ହେଉଛନ୍ତି। ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ (ଦାସିଆ ଅଜାଙ୍କ) ଜୀବନୀ ସମ୍ପର୍କିତ ପୁସ୍ତକ ସମ୍ବାଦ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଓ ଲେଖକ ପଣ୍ଡିତ ଦୈତାରୀ ମହାପାତ୍ର, ସମ୍ବାଦ ଅଧକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଓଡିଶା ର ପୂର୍ବତନ ସୁଚନା କମିଶନର ଶଶୀ ପ୍ରଭା ବିନ୍ଧାଣୀ, ପୂର୍ବତନ ସାଂସଦ କବି ଡ଼. ପ୍ରସନ୍ନ କୁମାର ପାଟଶାଣୀ ଓ ଦାସିଆ ଅଜା ପାଠାଗାର ସଂଗ୍ରହାଳୟ ସମ୍ପାଦକ ଦୀପକ ପଟ୍ଟନାୟକ ଏବଂ ବିଶିଷ୍ଟ ସାହିତ୍ୟିକ, ବୁଦ୍ଧିଜୀବୀ, ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଦାଶିଆ ଅଜାଙ୍କ ଜନ୍ମ ଦିବସ ଜୁଲାଇ ୧୨ ତାରିଖକୁ ପ୍ରତିବର୍ଷ 'ଆମ ଓଡ଼ିଶା' ତରଫରୁ ରାଜ୍ୟ ସ୍ତରୀୟ ରୂପେ ପାଳନ କରାଯିବ ବୋଲି ସମ୍ବାଦ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ । ଉପସ୍ଥିତ ବିଶିଷ୍ଟ ଅତିଥି ମାନେ ସଂଗ୍ରହାଳୟକୁ ପୁରାତନ ମୁଦ୍ରା, ପୁସ୍ତକ ଆଦି ଦାନ କରିଥିଲେ ।
ମଣିଭଦ୍ରା ଖବର,ଭୂବନେଶ୍ବର


Post a Comment