BREAKING
Loading...
:

ଚୁଡାଖାଇ ଯାତ୍ରା ଡଙ୍ଗର' ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ: ବିକାଶ ପାଇଁ ନିର୍ଦ୍ଦେଶ

 ଚୁଡାଖାଇ ଯାତ୍ରା ଡଙ୍ଗର' ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ: ବିକାଶ ପାଇଁ ନିର୍ଦ୍ଦେଶ


ବୌଦ୍ଧ-ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସ୍ଥଳ ଚୁଡ଼ାଖାଇ ଯାତ୍ରା 

ଡଙ୍ଗର'ର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାଏକ ଉକ୍ତ ସ୍ଥାନ ପରିଦର୍ଶନ କରି ପ୍ରଥମେ ପାହାଡ ଉପରେ ଥିବା ମା ମାହେଶ୍ୱରି ଙ୍କ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶେଷ କରି ମାର୍ଗଶୀର ମାସର ଶେଷ ଗୁରୁବାରରେ ଅନୁଷ୍ଠିତ ହେଉଥିବା ମା’ ମାହେଶ୍ୱରୀଙ୍କ ପ୍ରସିଦ୍ଧ 'ଚୁଡାଖାଇ ଯାତ୍ରା'କୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

​ପର୍ଯ୍ୟଟନ ସ୍ଥଳୀର କାୟାକଳ୍ପ ପାଇଁ ପ୍ରସ୍ତାବ ​ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପାହାଡ଼ ଉପରେ ଥିବା ପଞ୍ଚରା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀଙ୍କ ମନ୍ଦିରକୁ ଯିବା ପାଇଁ ସୁବିଧାଜନକ ପାହାଚ ନିର୍ମାଣ, ରାସ୍ତାଘାଟର ଉନ୍ନତିକରଣ, ଏବଂ ଆଲୋକିକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଭକ୍ତମାନଙ୍କ ପାଇଁ ପିଇବା ପାଣି, ବିଶ୍ରାମ ନେବା ପାଇଁ ଆଶ୍ରୟ ସ୍ଥଳୀ , ଭୋଗ ମଣ୍ଡପ ଇତ୍ୟାଦିର ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ପ୍ରସ୍ତାବ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁର୍ବରୁ ଏନେଇ ଅଞ୍ଚଳବାସି ​ଜିଲ୍ଲା ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରିଥିଲେ ଫଳରେ ପ୍ରଶାସନିକ ତତ୍ପରତା ଦେଖା ଦେଇଛି l ​ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଏହି ଯାତ୍ରାରେ ବୌଦ୍ଧ ଜିଲ୍ଲା ସମେତ ସୋନପୁର, ବଲାଙ୍ଗିର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରୁ ହଜାର ହଜାର ଭକ୍ତ ମାନେ ଆସନ୍ତି ଓ ପାହାଡ଼ ଚଢ଼ି ମା’ଙ୍କ ଦର୍ଶନ କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିଥାନ୍ତି। ଏହି ସ୍ଥାନର ସମସ୍ୟା ଓ ବିକାଶ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଜିଲ୍ଲାପାଳ ନିଜେ ସ୍ଥିତି ଅନୁଧ୍ୟାନ କରିବାକୁ ପହଞ୍ଚିଥିଲେ। ​ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ 

​ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ବିଡ଼ିଓ ​ଶ୍ରୀଯୁକ୍ତ ଯୁଗଳ କିଶୋର ବିଶ୍ଵାଳ,କସୁରବନ୍ଧ ସରପଞ୍ଚ ​ଶ୍ରୀ ଶରତ କୁମାର କର୍ଣ୍ଣ: 

​ଏବଂ ସମ୍ପୃକ୍ତ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ​ପ୍ରଶାସନର ଏହି ପଦକ୍ଷେପ ଫଳରେ ଆଗାମୀ ଦିନରେ 'ଡଙ୍ଗର' ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ଉଭା ହେବ ବୋଲି ସ୍ଥାନୀୟ ଜନସାଧାରଣ ଆଶା ପ୍ରକଟ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS