BREAKING
Loading...
:

ବିଶ୍ଵଶାନ୍ତି ତଥା ସନାତନ ଧର୍ମ ର ପ୍ରଚାର ଓ ଗୋହତ୍ୟା ନିଷିଦ୍ଧାର୍ଥେ ପୁରୀ ଶ୍ରୀକ୍ଷେତ୍ର ପଦ ଯାତ୍ରା ରେ ମଧ୍ୟପ୍ରଦେଶର ନନୁଲାଲ ବର୍ମା।

 ବିଶ୍ଵଶାନ୍ତି ତଥା ସନାତନ ଧର୍ମ ର ପ୍ରଚାର ଓ ଗୋହତ୍ୟା ନିଷିଦ୍ଧାର୍ଥେ ପୁରୀ ଶ୍ରୀକ୍ଷେତ୍ର ପଦ ଯାତ୍ରା ରେ ମଧ୍ୟପ୍ରଦେଶର ନନୁଲାଲ ବର୍ମା।

      



  ଘଟଣା କ୍ରମେ ସୂଦୂର ମଧ୍ୟପ୍ରଦେଶ ରାଜ୍ୟ,ସିହୋର ଜିଲ୍ଲା ଚାଣକ୍ୟ ପୁରୀ ଅଞ୍ଚଳ ନିବାସୀ ନନ୍ନୁଲାଲ୍ ଵର୍ମା ବୟସ (୫୪) ବିଶ୍ଵ ଶାନ୍ତି ତଥା ସନାତନ ଧର୍ମ ର ପ୍ରଚାର, ହିନ୍ଦୁ ଏକତା ର ଲକ୍ଷ ଓ ଗୋହତ୍ୟା କୁ ଵାରଣ ପୂର୍ବକ ପୁରୀ ଶ୍ରୀଜଗନ୍ନାଥ ଧାମ କୁ ପଦଯାତ୍ରା ରେ ଦୁଇ ମାସ ତଳେ ବାହାରି ଥିବା ବେଳେ ଗତ କାଲି ଦିନ ପ୍ରାୟ ୧୫୦୦କିମି ପଦଯାତ୍ରା କରି ଓଡ଼ିଶା ପ୍ରଦେଶ ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମ ରେ ପହଞ୍ଚି ଥିଲେ।

          ପୁରୁଣା କଟକ ସମ୍ବଲପୁର ରାସ୍ତା ରେ ଧର୍ମ ରକ୍ଷକ ନନ୍ନୁଲାଲ୍ ଗୈରିକ ବସ୍ତ୍ର ସହିତ ହାତରେ ଶ୍ରୀ ରାମ ଙ୍କ ପତାକା ଧରି ଏକୁଟିଆ ଯାତ୍ରା କରୁଥିବାର ଦେଖି କିଛି ଯୁବକ ଉତ୍ସୁକତା ର ସହିତ ପଚାରିବା ପରେ ନନ୍ନୁଲାଲ୍ ଙ୍କର ପଦଯାତ୍ରା ସଂପର୍କରେ ଜଣାପଡିଥିଲା। ଅପରାହ୍ନ ହୋଇ ଯାଇଥିବାରୁ କୌଣସି ସୂତ୍ରରୁ ଖବର ପାଇ ରାତ୍ରି ଯାପନ ପାଇଁ  ସଂଗଠନ ତରଫରୁ ସ୍ବାଗତ କରିବା ସହିତ ପ୍ରତିଷ୍ଠାତା  ପୂଜା କମିଟି,ବାବା ମୋଟର୍ସ ର କର୍ମଚାରୀ ଓ ସ୍ଥାନୀୟ ଯୁବକ ମାନଙ୍କ ସହାୟତାରେ କୁନୁଆ ଗ୍ରାମ ର ଆରାଧ୍ୟା ଦେବୀ ମା ସୁକିଆଵାଉତୀ ମନ୍ଦିର ରେ ରାତ୍ରି ଯାପନ ତଥା ରାତ୍ର ଭୋଜନ ର ବ୍ୟବସ୍ଥା କରାଯାଇଥିଲା।

             ଆଜି  ମଙ୍ଗଳବାର ସକାଳେ ପୁନଃ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।ରାସୋଳ ଠାରୁ ପୁରୀ ପ୍ରାୟ ୧୬୦କିମି ଦୂର ହୋଇ ଥିବା ବେଳେ ପାଖା ପାଖି ଦୁଇ ସପ୍ତାହ ର ପଦଯାତ୍ରା ପରେ ଶ୍ରୀକ୍ଷେତ୍ର ରେ ପହଞ୍ଚିଵେ ବୋଲି ଧର୍ମ ରକ୍ଷକ ନନ୍ନୁଲାଲ୍ ମତ ପ୍ରକାଶ କରିବା ସହିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ବିଶ୍ବ ଶାନ୍ତି ପାଇଁ ପ୍ରାର୍ଥନା କରିବେ ବୋଲି କହିଛନ୍ତି।

            ସମସ୍ତ ସହଯୋଗୀ ଗଣ ଧର୍ମ ରକ୍ଷକ ନନ୍ନୁଲାଲ୍ ଙ୍କ ଯାତ୍ରା ସଫଳ ହେବାର କାମନା କରିବା ସହିତ ପ୍ରଭୁ ଶ୍ରୀ ଜଗତର ନାଥ ଜଗନ୍ନାଥ ନନ୍ନୂଲାଲ୍ ଙ୍କର ପ୍ରତି ଟି ମହତ ମନୋସ୍କାମନା ପୁରଣ କରନ୍ତୁ ବୋଲି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରିଛନ୍ତି। ପଦଯାତ୍ରା ସମୟ ରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ସାମାଜିକ କର୍ମୀ ମାନେ ସ୍ବାଗତ ସମ୍ବର୍ଦ୍ଧନା ଓ ସହଯୋଗ ର ହାତ ବଢ଼ାଇ ଥିବା ବେଳେ ଧର୍ମ ରକ୍ଷକ ନନ୍ନୁଲାଲ୍ କୃତଜ୍ଞତା ଜ୍ଞାପନ କରିବା ସହିତ ଓଡ଼ିଶା ବାସୀ ଙ୍କର ଆତିଥେୟତା ବ୍ୟବହାର ପାଇଁ ଆନ୍ତରିକ ସାଧୁବାଦ ତଥା ଅଶେଷ ଧନ୍ୟବାଦ ପ୍ରଦାନ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS