BREAKING
Loading...
:

ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ କୁ ବଡ ସଫଳତା

 



*ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ କୁ ବଡ ସଫଳତା, ଏକ ଚୋରି ଘଟଣା ରେ ମାତ୍ର ୨୪ ଘଣ୍ଟା ରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ, ରୋରି ହୋଇଥିବା ସମସ୍ତ ୫୫ ଲକ୍ଷ ରୁ ଉର୍ଦ୍ଧ ମୂଲ୍ୟ ନଗଦ ଟଙ୍କା, ସୁନା ରୂପା ସାମଗ୍ରୀ ୧୦୦% ପ୍ରତିଶତ ଉଦ୍ଧାର* *ନୂଆପଡ଼ା- ଜିଲ୍ଲା ଖଡିଆଳ ପୋଲିସ କୁ ବଡ ସଫଳତା। ଏକ ଚରି ଘଟଣା ରେ ମାତ୍ର ୨୪ ଘଣ୍ଟା ରେ ଘଟଣା ର ପର୍ଦ୍ଦାଫାଶ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା  ୪ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଖଡିଆଳ ଥାନା ପରିସର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ଘଟଣା ନେଇ ଖଡିଆଳ ଏସ ଡି ପି ଓ ସୂଚନା ଦେଇଛନ୍ତି।, ରୋରି ହୋଇଥିବା ସମସ୍ତ ୫୫ ଲକ୍ଷ ରୁ ଉର୍ଦ୍ଧ ମୂଲ୍ୟ ନଗଦ ଟଙ୍କା, ସୁନା ରୂପା ସାମଗ୍ରୀ ୧୦୦% ପ୍ରତିଶତ ଚୋରି ସାମଗ୍ରୀ ଉଦ୍ଧାର ହୋଇଅଛି। ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ନେତୃତ୍ୱରେ ଖଡିଆଳ ଅଞ୍ଚଳର ତିନି ଗୋଟି ଥାନା କର୍ମଚାରୀ ଙ୍କୁ ନେଇ ତିନି ଗୋଟି ଦଳ ଗଠିତ ହୋଇ ତଦନ୍ତ ଆରମ୍ଭ ହୋଇଥିଲା ଖଡିଆଳ ଥାନା କେଶ ନମ୍ୱର୍ ୫୬ ତାରିଖ ୧୬ ଫେବୃଆରୀ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ କରିଥିଲେ। ଶିବ ରାତ୍ରି ଦିନ ପ୍ରବୀଣ ଅଗ୍ରୱାଲ ନାମକ ବ୍ୟକ୍ତି ଙ୍କ ଘର ଖଡିଆଳ ୱାର୍ଡ ନମ୍ୱର୍ ୧୧ ପୁଟୁପଡ଼ା ରେ ତିନି ଭାଇ ମିଳିତ ରୂପେ ବସବାସ କରୁଥିଲେ। ଶିବରାତ୍ରି ଦିନ ସମସ୍ତ ପରିବାର ପୂଜା ପାଇଁ ଯାଇ ଥିବା ବେଳେ ରାତ୍ର ୧୨ ଘଣ୍ଟା ରେ ତାଙ୍କ ଘର୍କୁ ପୁଅ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଞ୍ଚଳପୁର ଗ୍ରାମର ଯୁବକ ତାଙ୍କ ଘରେ କାମ କରୁଥିଲା। ୨ ବର୍ଷ ପୂର୍ବେ କାମ ଛାଡ଼ି ଦେଇଥିଲା। ଘର ନିକଟ ରେ ତାକୁ ବୁଲିବା ଦେଖାଯାଇଥିଲା। ସେଠାରୁ ଆରମ୍ଭ କରି ତଦନ୍ତ ରେ ଘଟଣା ସ୍ବୀକାର କରିଥିଲେ। ଏହି ଘଟଣା ରେ ନାଗଦ ୩୭ ଲକ୍ଷ ୪୦ ହଜାର ୧୨୦ ଟଙ୍କା ଉଦ୍ଧାର ହୋଇଥିବା ବେଳେ ୧୦ ଲକ୍ଷ ଟଙ୍କା ର ରୂପା ବିକ୍ସୁଟ, ରୂପା ପଇସା, ୫୦ ଗ୍ରାମ ସୁନା ଗହଣା ୭ ଲକ୍ଷ ଟଙ୍କା ମୂଲ୍ୟ ଥିବା ଜଣାପଡିଛି। ଏହି ଘଟଣା ରେ ସମୁଦାୟ ୫୫ ଲକ୍ଷ ଟଙ୍କା ସାଙ୍ଗକୁ ୪ ଗୋଟି ମୋବାଇଲ ଫୋନ୍ ଏବଂ ଦୁଇ ଗୋଟି ବାଇକ୍ ମଧ୍ୟ ଜବତ କରିଛନ୍ତି। ଚାରି ଅଭିଯୁକ୍ତ ହେଲେ ଅଞ୍ଚଳପୁର  ଗ୍ରାମର ଭୋଲେଶ୍ୱର୍ ଠେଲା,ଚୂଡାମଣି କାଣ୍ଡ, ଗଣେଶ ଠେଲା ଏବଂ ହେମନ୍ତ କଟା କୁ ଖଡିଆଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ପ୍ରଧାନ, ଖଡିଆଳ ଥାନା ଅଧିକାରୀ ସୁମନ୍ତ ନାଏକ, ବୋଡ଼େନ ଥାନା ଅଧିକାରୀ ଏବଂ ସିନାପାଲି ଥାନା ଅଧିକାରୀ ଉପସ୍ଥିତ ଥିଲେ। ଚୋରି ଘଟଣା ରେ ଲୁହା ଟେଜେରି କୁ ମଧ୍ୟ ଉଠାଇ ନେଇ ହତିବନ୍ଧା ଉଦନ୍ତୀ ନଦୀରେ ଫାଡ଼ି ଥିଲେ। ବାଲିରେ ଟେଜେରୀ କୁ ପୋତି ଦେଇଥିବା ସୁଚନା ଦେଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS