BREAKING
Loading...
:

ବେଲପଡାପାଟଣା ପଞ୍ଚାୟତର ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ମହାପାତ୍ରଙ୍କ ପରଲୋକ

 ବେଲପଡାପାଟଣା ପଞ୍ଚାୟତର ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ମହାପାତ୍ରଙ୍କ ପରଲୋକ 


ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣା ପଞ୍ଚାୟତ ବିଜୟନଗର ଗ୍ରାମର  ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ମହାପାତ୍ରଙ୍କ ପରଲୋକ ଘଟିଛି । ସୋମବାର ବିଳମ୍ବିତ ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗଣିଆ ମେଡିକାଲକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଅକ୍ସିଜେନ ଲାଗିବା କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ବେଲପଡାପାଟଣା ସରପଞ୍ଚ ଭାବେ ଅନେକ ଜନହିତକର କାର୍ଯ୍ୟ କରି ଯାଇଛନ୍ତି । ବିଜୟନଗର ଗ୍ରାମର ଜଣେ ପରିଚିତ ଚେହେରା ଭାବରେ ବେଶ୍ ଜଣାଶୁଣା । ପ୍ରତ୍ୟେକ ସମୟରେ ଅନ୍ୟକୁ ହସାଉଥିବା ଲୋକଟିର ଅକାଳରେ ଜୀବନ ଚାଲିଯିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ଜଣାପଡିଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS