BREAKING
Loading...
:

ମାଡ଼ି ଆସୁଛି ଭୟଙ୍କର ଘୂର୍ଣ୍ଣିଝଡ଼ 'ହୋରାସିଓ'; ସବୁଠି ହାଇ-ଆଲର୍ଟ, ବଦଳିବ ଦେଶର ପାଗ....

 *ମାଡ଼ି ଆସୁଛି ଭୟଙ୍କର ଘୂର୍ଣ୍ଣିଝଡ଼ 'ହୋରାସିଓ'; ସବୁଠି ହାଇ-ଆଲର୍ଟ, ବଦଳିବ ଦେଶର ପାଗ.....*





ନୂଆଦିଲ୍ଲୀ, : ସାରା ଦେଶରେ ଏବେ ପାଣିପାଗର ବିଚିତ୍ର ରୂପ ଦେଖିବାକୁ ମିଳୁଛି । ଗୋଟିଏ ପଟେ ଉତ୍ତର ଭାରତରୁ ଶୀତ ବିଦାୟ ନେଉଥିବା ବେଳେ ଅନ୍ୟପଟେ ଦକ୍ଷିଣ ଭାରତରେ ବର୍ଷାର ସତର୍କ ସୂଚନା ଜାରି କରାଯାଇଛି । ବିଶେଷ କରି ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ 'ହୋରାସିଓ' ଏବେ ପାଣିପାଗ ବିଜ୍ଞାନୀଙ୍କ ଚିନ୍ତା ବଢ଼ାଇଛି ।

ଭାରତ ମହାସାଗରରେ ସୃଷ୍ଟ ଏହି ଝଡ଼ ପ୍ରାୟ ୨୬୦ କିଲୋମିଟର ବେଗରେ ଗତି କରୁଛି । ଯଦିଓ ଏହା ଭାରତୀୟ ସ୍ଥଳଭାଗ ଛୁଇଁବାର ସମ୍ଭାବନା କମ୍, ତଥାପି ଏହାର ପରୋକ୍ଷ ପ୍ରଭାବ ସମଗ୍ର ଉପମହାଦେଶରେ ଅନୁଭୂତ ହେଉଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ କେରଳରେ ପ୍ରବଳ ପବନ ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।



*ଉତ୍ତର ଭାରତରେ ଗରମ ଓ ପାହାଡ଼ରେ ତୁଷାରପାତ:*


ଦିଲ୍ଲୀ-ଏନସିଆରରେ ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ଅଧିକ ରହିଛି ।  ତେବେ AQI ସାମାନ୍ୟ ସୁଧୁରି ୨୦୦ ରହିଛି।


ୟୁପି ଓ ବିହାର: ଏହି ଦୁଇ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଏବଂ ଗରମ ରହିବ । ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରାଯାଇଛି ।


ପାହାଡ଼ିଆ ଅଞ୍ଚଳ: ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଏବେ ବି ତୁଷାରପାତ ଓ ବର୍ଷାର ସମ୍ଭାବନା ରହିଛି । ମାର୍ଚ୍ଚ ୨ରୁ ୪ ତାରିଖ ମଧ୍ୟରେ ଏଠାରେ ପାଗ ବଦଳିପାରେ ।


*କେଉଁଠି ହେବ ବର୍ଷା ?*


ପଶ୍ଚିମା ବାଧା (Western Disturbance) ଏବଂ ସମୁଦ୍ରରେ ସୃଷ୍ଟ ଲଘୁଚାପର ମିଳିତ ପ୍ରଭାବରେ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ବର୍ଷା ହୋଇପାରେ:


ଦକ୍ଷିଣ ଭାରତ: କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କେରଳ


ଉତ୍ତର-ପୂର୍ବ: ସିକିମ୍, ମେଘାଳୟ ଏବଂ ପଶ୍ଚିମବଙ୍ଗ


ଦ୍ୱୀପପୁଞ୍ଜ: ଆଣ୍ଡାମାନ ଏବଂ ନିକୋବର


*ପୂର୍ବାନୁମାନ:*


ପଞ୍ଜାବ ଓ ହରିୟାଣାରେ ସକାଳ ସମୟରେ କୁହୁଡ଼ି ଦେଖାଯାଉଥିଲେ ସୁଦ୍ଧା ଦିନରେ ପ୍ରଚଣ୍ଡ ସୂର୍ଯ୍ୟକିରଣ ରହିବ । ସେହିପରି ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମଧ୍ୟ ପାଗ ଶୁଖିଲା ରହିବ । ଆଗାମୀ ତିନି ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଭାରତରେ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇ ଶୀତ ସମ୍ପୂର୍ଣ୍ଣ ବିଦାୟ ନେବାର ସଙ୍କେତ ଦେଉଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS