ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୪୦ ତମ ବାର୍ଷିକ ଉତ୍ସବ
ନୟାଗଡ (ମଣିଭଦ୍ରା ଖବର) ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୪୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ପ୍ରହଲ୍ଲାଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଠଚକ୍ର ସଗଠନର ଜିଲ୍ଲା ଆବାହକ ସନାତନ ଲେଙ୍କା, ସରପଞ୍ଚ ସ୍ବେପ୍ନାରାଣୀ ସେଠୀ, ଜିଲ୍ଲା ପରିଷଦ ଆଶିଷ କୁମାର ଅଗ୍ରୱାଲ, ଅଧ୍ୟକ୍ଷ ସୁଦର୍ଶନ ଦାଶ, ପରିଚାଳନା କମିଟିର ସମ୍ପାଦକ ଶରତ କୁମାର ମଙ୍ଗରାଜ ପ୍ରମୁଖ ମଞ୍ଚାସୀନ ଥିଲେ । ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ର ଛାତ୍ରୀ ମାନେ ପୂର୍ଣ୍ଣାଙ୍ଗ ଯୋଗ ଓ ପୂର୍ଣ୍ଣାଙ୍ଗ ଶିକ୍ଷାକୁ ଅନୁସରଣ କରିବେ ତେବେ ପିଲାଙ୍କର ଲକ୍ଷ୍ୟ ପୂରଣ ହେବ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ସମ୍ପାଦକ ବାର୍ଷିକ ବିବରଣୀ ପଠନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ସହ ସମ୍ପାଦକ ମାୟାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ମଣିଭଦ୍ରା ଖବର,ନୟାଗଡ


إرسال تعليق