BREAKING
Loading...
:

ଗୋଦାମରେ ସଢ଼ୁଛି, ଚାଷୀଙ୍କୁ ଆଳୁ ବିହନ ମିଳୁନି-

 ଗୋଦାମରେ ସଢ଼ୁଛି, ଚାଷୀଙ୍କୁ ଆଳୁ ବିହନ ମିଳୁନି-



ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚଳିତବର୍ଷ ୬୫ ହେକ୍ଟର ଆଳୁ ଚାଷ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ୧୯୫୯ ବସ୍ତା ଆଳୁ ବିହନ ସରକାରଙ୍କ ପକ୍ଷରୁ ଯୋଗାଣ ହୋଇଥିଲା । ହେଲେ ଚାଷୀଙ୍କୁ ଆବଶ୍ୟକୀୟ ଆଳୁ ବିହନ ମିଳୁନଥିବା ବେଳେ ୨ଟି ଗୋଦାମରେ ୪ ଶହରୁ ଅଧିକ ବସ୍ତା ଆଳୁ ଚାଷୀଙ୍କୁ ବଣ୍ଟନ ନହୋଇ ଗୋଦାମରେ ସଢ଼ୁଥିବା ଅଭିଯୋଗ ହେଉଛି ସରକାରୀ ଗୋଦାମରେ ଆଳୁ ବିହନ ପଚି ଗୋଦାମ ପାଶ୍ବବର୍ତ୍ତୀ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଲାଣି।

ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ବିଭାଗୀୟ ଅଧିକାରୀମାନେ ରାତିରେ ଗୋଦାମରୁ ଉକ୍ତ ପଚା ଆଳୁ ବାହାର କରି ଦୂରରେ ଫିଙ୍ଗି ଦେଇଥିବା ଅଭିଯୋଗ ହେଉଛି । ଏ ନେଇ ଖଡ଼ିଆଳ ସହକାରୀ ଉଦ୍ୟାନ କୃଷି ଅଧିକାରୀ ମୋହିତ କୁମାର ନାୟକଙ୍କୁ ପଚାରିବରୁ ଯୋଗାଣ ହୋଇଥିବା ଆଳୁ ବିହନ ପଚିନାହିଁ ବୋଲି କହିଛନ୍ତି । କିଛି ଆଳୁ ବସ୍ତାଗୁଡିକରେ ବିହନକୁ ଦାଗ ହୋଇଥିବାରୁତାହା ଗୋଦାମରେ ପଡ଼ିଥିଲା ବୋଲି କହିଛନ୍ତି । ଆଳୁ ବିହନ ବସ୍ତା ପ୍ରତି ୧୦୦୦ ଟଙ୍କା ଥିବା ବେଳେ ଗୋଟିଏ ବସ୍ତା ଆଳୁ ନେଲେ ସବସିଡି ମିଳିବ ନାହିଁ ବୋଲି ବିଭାଗ ପକ୍ଷରୁ ଚାଷୀମାନଙ୍କୁ କୁହାଯାଉଥିବା ବେଳେ ୨ ବସ୍ତା ଆଳୁକୁ ୨୦୦୦ ଟଙ୍କା ଦେଇ ନେଲେ ୬ ମାସ ପରେ ୩୦୦୦ ଟଙ୍କା ସବସିଡି ଆକାରରେ ପଡିବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। କିନ୍ତୁ ଅଗ୍ରୀମଟଙ୍କା ଦେଇ ଚାଷୀ ବିହନନେବାକୁନାରାଜହେଉଥିବାରୁ ଗୋଦାମରେ ଆଳୁ ପଡ଼ି ପଡ଼ି ପଚି ଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କାହିଁକି ଚାଷୀଙ୍କୁ ଆଳୁ ବଣ୍ଟନ ନକରି ଗୋଦାମରେ ଶହ ଶହ ବସ୍ତା ବିହନ ସଢ଼ିଗଲା ତାହାର ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS