BREAKING
Loading...
:

ନେଦରଲ୍ୟାଣ୍ଡକୁ ହରାଇଲା ଭାରତ

 ନେଦରଲାଣ୍ଡ ବିପକ୍ଷରେ ଭାରତର ଲଗାତାର ବିଜୟ 



ବ୍ୟୁରୋ ( ମଣିଭଦ୍ରା ଖବର) ଅହମଦାବାଦ ଠାରେ ଚାଲିଥିବା ପୁରୁଷ ଟି-ଟ୍ବେଣ୍ଟି ବିଶ୍ଵକପର ଭାରତ ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୬ ଉଇକେଟ ହରାଇ ୧୯୩ ରନ୍ ସଂଗ୍ରହ କରିଥିଲା । ଶିବମ ଦୁବେ ଧୁଆଁଧାର ୬୬ ରନ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ୍ ସଂଗ୍ରହ କରିଥିଲେ । ଜବାବରେ ନେଦରଲାଣ୍ଡ ୨୦  ଓଭରରେ ୭ ଉଇକେଟ ହରାଇ ୧୭୬ ରନ୍ ସଂଗ୍ରହ କରି ମ୍ୟାଚଟିକୁ ହାରି ଯାଇଥିଲା । ଭାରତ ବିଶ୍ବକପରେ ଲଗାତାର ୪ର୍ଥ ବିଜୟ ହାସଲ କରିବା ସହିତ ସୁପର - ୮କୁ ପ୍ରବେଶ କରିଛି । ବରୁଣ ଚକ୍ରବର୍ତ୍ତୀ ୩ଟି,ଶିବମ ଦୁବେ ୨ଟି ସଫଳତା ହାସଲ କରିଥିଲେ। ଭାରତ ପରବର୍ତ୍ତୀ ମ୍ଯାଚ ୨୨ ତାରିଖରେ ଦକ୍ଷିଣ ଆଫ୍ରିକା ସହିତ ଖେଳିବ ବୋଲି ଜଣାପଡିଛି । 


ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS