ଗୋପାଳପୁର କଲେଜରେ ଛାତ୍ରୀ ଆତ୍ମରକ୍ଷା ତାଲିମ
ଗୋପାଳପୁର : ଗୋପାଳପୁର କଲେଜରେ ଆୟୋଜିତ ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ ହୋଇଛି । କଲେଜ ଅଧ୍ୟକ୍ଷ ଡ଼. ରାମ ପ୍ରସାଦ ପଣ୍ଡା ସଭାପତିତ୍ବ କରିଥିଲେ । ସମୟାନୁବର୍ତ୍ତି ହେବା ସହ ଶୃଙ୍ଖଳାଗତ ଶିକ୍ଷାକୁ ଗୁରୁତ୍ବ ଦେଇ ଆତ୍ମରକ୍ଷା କୌଶଳ ଶିଖିବାକୁ ପରାମର୍ଶ ଦେଇଥିଲେ । ପ୍ରାଣୀ ବିଜ୍ଞାନ ବିଭାଗ ର ମୁଖ୍ୟ ଡ଼ ସୁଚିତ୍ରା ବେହେରା ଆତ୍ମରକ୍ଷା କୌଶଳ ର ଲକ୍ଷ ବିଷୟରେ କହିଥିଲେ । ଛାତ୍ରୀମାନେ ଆତ୍ମସୁରକ୍ଷା ଉପରେ ସଚେତନ ହେବାକୁ ଡ଼. ନିହାରିକା ପାଢ଼ୀ ସଚେତନା କରିଥିଲେ । ଶିବିରର ସଂଯାଜିକା ଏସ୍. ରୂପଲକ୍ଷ୍ମୀ ଙ୍କ ନେତୃତ୍ୱରେ ଟ୍ରେନର ସନ୍ଧ୍ୟାରାଣୀ ମହାରଣା ଏବଂ ରୋହିଣୀ ରାଣୀ ଖଣ୍ଡାଳ ତାଲିମ ଦେଇଥିଲେ । ଶେଷରେ ଡ଼. ଇସ୍ପିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment