BREAKING
Loading...
:

ଗୋବର୍ଦ୍ଧନ ପୁର ରେ କଲରାପତରିଆ ବାଘ ଆକ୍ରମଣରେ ଆଠ ମେଣ୍ଢା ମୃତ।

 ଗୋବର୍ଦ୍ଧନ ପୁର ରେ କଲରାପତରିଆ ବାଘ ଆକ୍ରମଣରେ ଆଠ ମେଣ୍ଢା ମୃତ।



ଗୋବର୍ଦ୍ଧନ ପୁର,କଂସରା,ହିନ୍ଦୋଳ, ଢେଙ୍କାନାଳ 

      ଗତ ରାତି ପ୍ରାୟ ଦୁଇ ଘଟିକା ସମୟ ରେ କଂସରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗୋବର୍ଦ୍ଧନ ପୁର ଗ୍ରାମର କୈଳାସ ମହାକୁଡ଼,ପିତା ଜଗା ମହାକୁଡ଼ ଙ୍କର ମେଣ୍ଢାଶାଳ ଭିତରେ ଅଜଣା ପଶୁ ଆକ୍ରମଣ ରେ ଆଠଟି ମେଣ୍ଢା ଙ୍କର ମୃତ୍ୟୁ ହୋଇ ଥିବା ବେଳେ ମେଣ୍ଢା ମାନଙ୍କର ଅନ୍ତ ବୁଜୁଳା ବାହାର କରି ଦେଇ ଥିବାର ଦେଖିବାକୁ ମିଳିଛି। କିଛି ମେଣ୍ଢା ମଧ୍ୟ ଖଣ୍ଡିଆ ଖାବରା ହୋଇଛନ୍ତି।ତେବେ ପାରିପାର୍ଶ୍ବିକ ସ୍ଥିତି ଓ ପାଦ ଚିହ୍ନ ଦେଖି ଏହି ଅଜଣା ପଶୁ କଲରାପତରିଆ ବାଘ ଅବା ହେଟାବାଘ ହୋଇ ଥାଇ ପାରେ ବୋଲି ଆଶଙ୍କା କରାଯାଉଛି।

      କୈଳାଶ ମହାକୁଡ଼ ଅତି ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ଆଠ ଟି ମେଣ୍ଢା ଏକ କାଳୀନ ମୃତ୍ୟୁ ଯୋଗୁଁ ପରିବାର ପ୍ରତିପୋଷଣ କେମିତି କରିବେ ବୋଲି ଦୁଃଖ ପ୍ରକାଶ କରିବା ସହିତ ଗ୍ରାମ ବାସୀ ଙ୍କ ସମେତ ସରକାର ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

       ହିନ୍ଦୋଳ ବନ୍ୟଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିବା ସହିତ ଆବଶ୍ୟକୀୟ କ୍ୟାମେରା ଲଗାଇ ଅଜଣା ପଶୁ ର ଗତି ବିଧି ଲକ୍ଷ କରିବା ସହିତ ଏହା ବାଘ ଅବା ଅନ୍ୟ କୌଣସି ଜୀବ ବୋଲି ଖୁବ୍ ଶୀଘ୍ର ଗ୍ରାମବାସୀଙ୍କୁ ଜଣାଇଵା ସହିତ ଗ୍ରାମବାସୀ ମାନଙ୍କୁ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS