BREAKING
Loading...
:

କଲମ ପରିବାର ଟ୍ରଷ୍ଟର ଚତୁର୍ଥ ପ୍ରତିଷ୍ଠା ଦିବସ ; ଯୁବଗୋଷ୍ଠୀଙ୍କୁ ଭାଷା ଆନ୍ଦୋଳନରେ ସାମିଲ କରିବା ଜରୁରୀ

 କଲମ ପରିବାର ଟ୍ରଷ୍ଟର ଚତୁର୍ଥ ପ୍ରତିଷ୍ଠା ଦିବସ ; ଯୁବଗୋଷ୍ଠୀଙ୍କୁ ଭାଷା ଆନ୍ଦୋଳନରେ ସାମିଲ କରିବା ଜରୁରୀ 



ସମ୍ବଲପୁର:


କଲମ ପରିବାର ଟ୍ରଷ୍ଟର ଚତୁର୍ଥ ପ୍ରତିଷ୍ଠା ଦିବସ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ସମ୍ବଲପୁରୀ ଭାଷାର ମାନ୍ୟତା ପାଇଁ ଆନ୍ଦୋଳନ ଅବ୍ୟାହତ ରହିଛି। ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ମାନ୍ୟତା ପାଇବା ପାଇଁ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ହେବ। ଆନ୍ଦୋଳନର ସଫଳତା ପାଇଁ ଏଥିରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବା ଅତ୍ୟନ୍ତ ଜରୁରୀ। ସୁପ୍ତକୁ ଜାଗ୍ରତ କରିବା ପାଇଁ ଚେତନା ଆବଶ୍ୟକ। ଲେଖକ/ଲେଖିକା ଲେଖା ସଙ୍ଗେ ସଙ୍ଗେ ସଙ୍ଗଠିତ ହୋଇ ଆନ୍ଦୋଳନରେ ସାମିଲ ହେବା କଥା। ଲକ୍ଷ୍ୟ ହାସଲ ପାଇଁ ଆମକୁ ରଚନାତ୍ମକ ଓ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସଭା ପ୍ରାରମ୍ଭରେ ପୂର୍ବତନ ବିଧାୟିକା ଡ଼ାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଓ ବରିଷ୍ଠ ସାମ୍ବାଦିକ ଶିବପ୍ରସାଦ ମେହେରଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। 'କଲମ' ସଭାପତି ତଫିଜୁଲ ହୁସେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ପାଦକ କ୍ଷେତ୍ରମଣି ବିଭାର ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଅନୁଷ୍ଠାନ ବିଗତ ତିନି ବର୍ଷରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। କଲମ ପରିବାର ଟ୍ରଷ୍ଟର ଉପଦେଷ୍ଟା ଡ଼ ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। 'ଭାଷା ଆନ୍ଦୋଳନଥି ଆମର୍ ଏକତା କେତେ ଦୂର' ଶୀର୍ଷକ ଆଲୋଚନାଚକ୍ରରେ ଭାଷା ଗବେଷକ ଉତ୍ପନ୍ନ ଭୋଇ, ବିଶିଷ୍ଟ ସାହିତ୍ୟିକ ମୁକ୍ତକଣ୍ଠ ପ୍ରଧାନ ଏବଂ ଅଧ୍ୟାପକ ଓ ସାହିତ୍ୟିକ ମୋହନ ସାହୁ ଅଲୋଚକ ଭାବେ ଯୋଗ ଦେଇଥିଲେ। ପରେ ପୁତୁଲ ସୁପ୍ରିୟା ଦାସଙ୍କ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା। କବିତା ପାଠ ପରେ ବିଶିଷ୍ଟ ସାହିତ୍ୟିକ ଅନୀଲ କୁମାର ଦାସ କବିତା ଗୁଡ଼ିକର ସମୀକ୍ଷା କରିଥିଲେ। ଶେଷରେ ଉପସଭାପତି ଜୟକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS